ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହ ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପିଡ଼ିଆ ଓ/କିମ୍ବା ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ ଗଠିତ । ଏଥିରେ ନିୟମାବଳୀ, ବୈଷୟିକ (Technical) ଅସୁବିଧା ଓ ଅନ୍ୟାନ୍ୟ ଉଇକିପିଡ଼ିଆ ଭିତ୍ତିକ ଆଲୋଚନା ହୋଇଥାଏ । ଏଥିରେ ନୂଆ ଆଲୋଚନା ଯୋଡ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ କିମ୍ବା ଆଗରୁ ଚାଲିଥିବା ଆଲୋଚନାରେ ଭାଗ ନେଇ ମତ ଦେବା ପାଇଁ ସେହି ଆଲୋଚନା ଶିରୋନାମ ପାଖରେ ଥିବା [ସମ୍ପାଦନା]ରେ କ୍ଲିକ କରନ୍ତୁ । ମନେ ରଖନ୍ତୁ, ନିଜର ଦସ୍ତଖତ କରିବା ପାଇଁ ନିଜ ମତ ଦେବା ପରେ "~~~~" ଟାଇପ କରନ୍ତୁ କିମ୍ବା ଏଡିଟ ଟୁଲ ବାର (Edit Toolbar)ରେ ଥିବା ସନ୍ତକ ଓ ସମୟଚିହ୍ନ ଆଇକନ ଉପରେ କ୍ଲିକ କରନ୍ତୁ ।

ସଞ୍ଚିତ ସଂସ୍କରଣ
ଅଭିଲେଖ ୧ ·  ·  ·  ·  ·  ·  ·  · ୦୯ · ୧୦ · ୧୧ · ୧୨
ଆଲୋଚନା ସଭା

Shortcuts:

ବିଷୟସୂଚୀ

Languages in censuses[ସମ୍ପାଦନା]

Hello, Dear wikipedians. I invite you to edit and improve this article and to add information about your and other country.--Kaiyr (ମୋ ଆଲୋଚନା) ୧୨:୩୬, ୩୧ ଅକ୍ଟୋବର ୨୦୧୪ (UTC)

ଜଗନ୍ନାଥ ନବକଳେବର ଉପଲକ୍ଷେ ଉଇକିପିଡ଼ିରେ ଅନଲାଇନ ଏଡିଟିଙ୍ଗ କମ୍ପିଟିସନ ଯୋଜନା।[ସମ୍ପାଦନା]

୨୦୧୪ ମସିହାରେ ସ୍ବେଡିଶ ଉଇକିପିଡ଼ିଆ ଦ୍ଵାରା ଉମାପିଡ଼ିଆ କମ୍ପିଟେସନ ଆରମ୍ଭ କରାଯାଇଥିଲା, ଯାହା ଦ୍ଵାରା ବିଭିନ୍ନ ଉଇକିପିଡ଼ିଆରେ ସ୍ଵିଡେନ ଉପରେ ଭଲ article ତିଆରି ହେଇ ପାରିଥିଲା । ସେମିତି ଏକ କମ୍ପିଟେସନ ସ୍ପେନିସ ଉଇକିପିଡ଼ିଆ ମଧ୍ୟ କରିଥିଲା । ଜଗନ୍ନାଥଙ୍କ ନବକଳେବର ଉପଲକ୍ଷେ ଯଦି ଆମେ ସେଭଳି ଏକ କମ୍ପିଟେସନ ଆୟୋଜନ କରିପାରିବା, ତାହାଲେ ଜଗନ୍ନାଥ ଓ ଓଡ଼ିଶା ଉପରେ ବିଭିନ୍ନ ଉଇକିରେ ଭଲ article ତିଆରି ହେଇପାରିବ । ଏହି କମ୍ପିଟେସନର ଆୟୋଜନର ସମସ୍ତେ ଭାଗ ନେଲେ ଆମେ ଭଲ ଭାବେ ଏହା କରିପାରିବୁ । ଦାୟିତ୍ୱ ନେବାରେ ବି ମୁଁ ଇଚ୍ଛୁକ ଆଉ ସାଥି ଉଇକିଆଳି ମାନଙ୍କ ସହାୟତା ଦରକାର।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୬:୪୧, ୧୨ ଫେବୃଆରୀ ୨୦୧୫ (UTC)

ସମର୍ଥନ (Support)[ସମ୍ପାଦନା]

ସମର୍ଥନ ସମର୍ଥନ
ଶୈଳେଶ, କିଛି ବ୍ୟାକରଣଗତ (grammatical) ଭୁଲ ତମକୁ ନ ପଚାରି ସୁଧାରି ଦେଇଥିବାରୁ କ୍ଷମା ଚାହୁଁଛି । ମୁଁ ଏଥିରେ ଭାଗ ନେବାକୁ ଆଗ୍ରହୀ ହେଲେ କେତେ ଦିନ ଧରି ଏହା ଚାଲିବ ଉଲ୍ଲେଖ କରି କି କି ପ୍ରସଙ୍ଗ ( ଆର୍ଟିକିଲ) ଲେଖାହେବ ତାହାର ଏକ ତାଲିକ କରିଦିଅ । --ସୁଭାସିସ ପାଣିଗାହି ଆଳାପ ୦୯:୧୩, ୧୨ ଫେବୃଆରୀ ୨୦୧୫ (UTC)
Bhai here is the plan , please go through it and help in developing it.--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୩:୩୨, ୧୩ ଫେବୃଆରୀ ୨୦୧୫ (UTC)
ସମର୍ଥନ ସମର୍ଥନ
କିନ୍ତୁ ଏଥିଲାଗି ଭଲ ଭାବେ ପ୍ରସ୍ତୁତ ହେବାକୁ ପଡିବ । ଖାଲି ଜଗନ୍ନାଥଙ୍କ ଉପରେ ଏତେଗୁଡିଏ ଲେଖା ଆସିନପାରେ ଆମକୁ ଓଡିଶାବି ସେଥିରେ ଅନ୍ତର୍ଭୁକ କରିବାକୁ ପଡିବ । ଆଉ ମୃତ୍ୟୁଞ୍ଜଭାଇଙ୍କ କହିବା ହିସାବରେ ଆମକୁ ଇଂରାଜୀ ୱିକିପିଡିୟାରେ ଆଗରୁ articeଗୁଡିକୁ ଉନ୍ନତ କରିବାକୁ ପଡିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୬:୨୫, ୧୩ ଫେବୃଆରୀ ୨୦୧୫ (UTC)
ଶୈଳେଶ, ଆଗେ ଭଲ କରି ଓଡ଼ିଆ ପୃଷ୍ଠାଟେ ତିଆର, ତାକୁ ବାକିମାନଙ୍କ ମତ ନେଇ ସୁଧାର । ସବୁ ଫାଇନାଲ ହେଇଗଲେ <NAME>/en କରି ଇଂରାଜୀ ପୃଷ୍ଠାଟେ କର । ଆଉ ଏତେ ସବୁ ଛବି (picture) ଆରମ୍ଭରେ ଲୋଡ଼ା ନାହିଁ । ଆଗେ କଣ୍ଟେଣ୍ଟ ଉପରେ ଧ୍ୟାନ ଦିଅ, ପରେ ଡିଜାଇନ। ଆଉ ସରଳ, ସହଜ ଢଙ୍ଗରେ ଲେଖ କଣ ଯୋଜନା ଆଉ କି କି ଜିନିଷ ନାହିଁ, କି କି ଜିନିଷ ଦରକାର । ନବକଳେବର ବାବଦରେ କିଛି ସୂଚନା ମଧ୍ୟ ଦିଅ । କିନ୍ତୁ ନିଜ ଭାଷାରେ ନବକଳେବରରୁ ତଥ୍ୟ ନେଇ ଲେଖ । :) --ସୁଭାସିସ ପାଣିଗାହି (ଆଳାପ) ୧୧:୪୩, ୨ ମାର୍ଚ୍ଚ ୨୦୧୫ (UTC)

ପୁର୍ଣ୍ଣ ସହଯୋଗ ଦେବି ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୮:୩୫, ୨୬ ଜୁଲାଇ ୨୦୧୫ (UTC)

ବିରୋଧ (Oppose)[ସମ୍ପାଦନା]

ବିରୋଧ ବିରୋଧ

ଭିନ୍ନ ମତ (Other comments)[ସମ୍ପାଦନା]

ଭିନ୍ନ ମତ ଭିନ୍ନ ମତ
ଏହା ଏକ ଭଲ ଯୋଜନା ହେଇଥିବାରୁ ମୋର ସମର୍ଥନ, ତେବେ ଏଥିନିମନ୍ତେ ଆମେ ଠିକଭାବେ ପ୍ରସ୍ତୁତ ହେବା ଦରକାର । ପ୍ରଥମେ ସେମାନଙ୍କ ଭଳି ଏକ ପ୍ରସଙ୍ଗ ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ । ତାଲିକା ଅନ୍ତର୍ଭୁକ୍ତ ସମସ୍ତ ପ୍ରସଙ୍ଗକୁ ଇଂରେଜୀ ଉଇକିରେ ଯଥେଷ୍ଟ ଆଧାର ସହ ଉନ୍ନତ କରିବା ପରେ ହିଁ ଆଗକୁ ବଢ଼ିପାରିବା । ଅନ୍ୟଭାଷାର ଉଇକିଆଳି ଇଂରେଜୀ ପ୍ରସଙ୍ଗକୁ ଦେଖି ଅନୁବାଦ କରିବେ । ମୋ ମତରେ ପ୍ରଥମେ ଫେସବୁକ କୋଠରେ ଲେଖ ଯେ: ଆଉ ମାସେ ପରେ ଆପଣଙ୍କ ଅଞ୍ଚଳର ଲୋକମାନେ ଖୋଜିବାକୁ ଯାଉଥିବା ଗୋଟିଏ ପ୍ରସଙ୍ଗ ଏବେଠାରୁ ପ୍ରସ୍ତୁତ କରି ରଖନ୍ତୁ (ଏହା ଏପର୍ଯ୍ୟନ୍ତ ଅନ୍ୟ କୌଣସି ଭାରତୀୟ ଭାଷାରେ ଲେଖାଯାଇନି !) । ଏହାର ଫଳାଫଳକୁ ଦେଖି ଅନ୍ୟ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ ହେବା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୩୨, ୧୩ ଫେବୃଆରୀ ୨୦୧୫ (UTC)
ଭାଇ ଆପଣଙ୍କ କଥା କୁ ଧ୍ୟାନ ଦେବାକୁ ପଡିବ । ଏତେ ପର୍ଯ୍ୟନ୍ତ ଏହା ଏକ Proposed project ଆମେ ପ୍ରଥମେ English Wiki ରେ article , ମାନ ଭଲ କରି ଏହାକୁ ଆରମ୍ଭ କରିବା।--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୩:୨୯, ୧୩ ଫେବୃଆରୀ ୨୦୧୫ (UTC)
ଶୈଳେଶ, ତମେ ନିଜର ଏକ ଉପପୃଷ୍ଠା ଭାବେ (ଉଦାହରଣ: User:Saileshpat/ନବକଳେବର ପ୍ରକଳ୍ପ) ଆରମ୍ଭ କର, ସେଥିରେ ପୃଷ୍ଠାମାନଙ୍କ ନାମ ଲେଖି ତାଲିକାଟିଏ କର । ନିଜେ ସେଥିରେ କିଛି ଯୋଡ଼ିବା ଆରମ୍ଭ କର ଆଉ ବାକିମାନଙ୍କୁ ବତାଅ । କିଛି ଦିନ ପରେ ଅଧିକ ଲେଖା ଲେଖା ହେବା ଆରମ୍ଭ ହେଲେ ତାକୁ ଏକ ମୁଖ୍ୟ ପ୍ରକଳ୍ପ ଭାବେ ଆମେ ଘୁଞ୍ଚାଇଦେବା । ଆଉ ଗୋଟେ କଥା ମନେ ରଖିଥିବ, ଏଇଟା ତମେ ଆରମ୍ଭ କରିଛ । ତେଣୁ ଇଏ ତମ ଛୁଆ ଭଳି, ବାକିମାନେ ଉତ୍ତର ଦେବାରେ ବିଳମ୍ବ କଲେ ବୋଲି ତାକୁ ଛାଡ଼ିକି କେବେ ବି ଯିବନି । ଏମିତି କିଛି ଭୁଲ ମୁଁ ଅତୀତରେ କରିଛି ଆଉ ଏ କଥାଟି ସେ ଅନୁଭୂତିରୁ କହୁଛି । --ସୁଭାସିସ ପାଣିଗାହି (ଆଳାପ) ୦୬:୪୧, ୨୭ ଫେବୃଆରୀ ୨୦୧୫ (UTC)

କାମପନ୍ଥା[ସମ୍ପାଦନା]

  • ଏକ ପ୍ରକଳ୍ପ ପୃଷ୍ଠା ତିଆରି କରାଯିବ ।
  • ସବୁଦିନ ଟୁଇଟ ଓ ଫେସବୁକରେ ନବକଳେବର ହାସଟାଗ (#Nabakalebara) ଥାଇ ନବକଳେବର ଲେଖାର ଲିଙ୍କ (https://or.wikipedia.org/s/2d0) ସହ ପୋଷ୍ଟ (ଗୁଗୁଲ ଡ୍ରାଇଭରେ ଆଗୁଆ ଯୋଜନା କରି ସେଆର କରିଦେଇଛି) ।
  • ଉଭୟ ଇଂରାଜୀ ଓ ଓଡ଼ିଆରେ ଟୁଇଟ ଓ ଫେସବୁକ ପୋଷ୍ଟ ହେବ ।
  • ଉଇକିପିଡ଼ିଆରେ ଥିବା ଫଟୋ ନବକଳେବର ସମ୍ବନ୍ଧିତ ପୋଷ୍ଟ ସହ ଦିଆଯିବ, ଅଧିକ ଲୋକ ଫଟୋ, ଭିଡ଼ିଓ ଆଦି ଆଡ଼କୁ ବେଶି ଆକୃଷ୍ଟ ହୁଅନ୍ତି । ଖାଲି ଲେଖାରେ ଅଧିକ ଲୋକଙ୍କୁ ପ୍ରଭାବିତ କରିବା କଷ୍ଟ ।
  • ସବୁ ଲେଖାରେ ଲୋକଙ୍କୁ "ଆପଣ ସମ୍ପାଦନା କରିପାରିବେ" ବୋଲି ନ ଲେଖି କିଛି କେବଳ ନବକଲେବର ବାବଦେ ଅଧିକ ଜଣେଇବା ପାଇଁ ଚେଷ୍ଟା କରିବା ଯାହା ଫଳରେ କିଛି ଲୋକ ଆପେ ଆପେ ନବକଳେବର ଲେଖାଟିକୁ ବଦଳାଇବେ ।
  • ଏକ ସାଇଟ ନୋଟିସ କରି ତାକୁ ନବକଳେବର ପ୍ରକଳ୍ପ ପୃଷ୍ଟାକୁ ଲେଉଟାଣି କରିଦେଲେ ସବୁ ସେ ପୃଷ୍ଠାଟିକି ଦେଖିବେ । ସେଥିରେ ଆମେ ଜଗନ୍ନାଥଙ୍କ ସମ୍ବନ୍ଧିତ କିଛି ପ୍ରସଙ୍ଗ ତାଲିକା କରିଦେବା । ଆଉ ସବୁ ପ୍ରସଙ୍ଗ ଡାହାଣ ପଟେ "ସମ୍ପାଦନା" ବୋଲି ବଡ଼ ବଡ଼ କରି ଲେଖିବା ଯାହା ଲୋକଙ୍କୁ ଆଖିରେ ପଡ଼ିବ ।

ସୋସିଆଲ ମିଡ଼ିଆ[ସମ୍ପାଦନା]

ଯେଉଁମାନେ ସୋସିଆଲ ମିଡ଼ିଆ ଦେଖାରଖା କରିବେ ଦୟାକରି ନିଜ ନାମ, ସୋସିଆଲ ମିଡ଼ିଆ ହାଣ୍ଡଲ ସହ ଲେଖନ୍ତୁ ।

  1. --ସୁଭାସିସ ପାଣିଗାହି (ଆଳାପ) (ଟୁଇଟର: @subhapa, ଫେସବୁକ: subhashishp)
  2. --Sailesh Patnaik  ଶୈଳେଶ (ମୋ ଆଲୋଚନା ) (ଟୁଇଟର: @Saileshpat, Facebook : Sailesh.pat1)

ପ୍ରକଳ୍ପର ଏକ ରୂପ ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୫୪, ୨୮ ଜୁଲାଇ ୨୦୧୫ (UTC)

କାମ[ସମ୍ପାଦନା]

  1. ପ୍ରସଂଗ ତାଲିକା - ଉଇକିପିଡ଼ିଆ:ନବକଳେବର ଗଣସମ଼୍ପାଦନାରେ ତିଆରି ହେବାକୁଥିବା ଲେଖା। ପ୍ରସ୍ତୁତ ଅଛି
  2. ପ୍ରଚାର - ଉଇକିପିଡିଆ ହେଡିଂରେ ଏବଂ ସୋସିଆଲ ମିଡିଆ ସାଇଟରେ ଏବଂ ଡାଇରେକ୍ଟ ମେସଜ ମାଧ୍ୟମରେ
  3. ଅବଦାନକାରୀଙ୍କ ପଞ୍ଜୀକରଣ ଏବଂ ରୁଚି ଉଲ୍ଲେଖ
  4. ସହାୟତା ପୃଷ୍ଠା (ଆଧାର ସଂଗ୍ରହ, କନଭର୍ଟର,ତଥ୍ୟ କେଉଁଠାରୁ ପାଇବେ, ବୈଷୟିକ ସହଯୋଗ ଇତ୍ୟାଦି)
  5. ଅବଦନକାରୀଙ୍କ ଅବଦାନ କ୍ଲେମ ପୃଷ୍ଠା, ସ୍ବତନ୍ତ୍ର ପୃଷ୍ଠାରେ ଅବଦାନ ହିସାବ ଏବଂ ପରିଚାଳକଙ୍କ ମନୋନୟନ
  6. ପୁରସ୍କାର ବିତରଣ

ସମୟ ଅବଧି: ୧୪ ଅଗଷ୍ଟରୁ ୩0 ସେପ୍ଟେମ୍ବର

ପ୍ରତିଯୋଗିତ ଏବଂ ପୁରସ୍କାର[ସମ୍ପାଦନା]

ପୁରସ୍କାର ଜିତିବା ପାଇଁ ସର୍ବନିମ୍ନ ଯୋଗ୍ୟତା ଅବଦାନ ପାଇଁ ପଞ୍ଜୀକରଣ ପରେ ୫୦ ପଏଣ୍ଟରୁ ଉର୍ଦ୍ଧ + ଦିନକୁ ଅନ୍ୟୁନ ଥରେ ସମ୍ପାଦନା କିମ୍ବା ମାସେ କାଳ ପ୍ରତି ସପ୍ତାହରେ ୨୫ଟି ସମ୍ପାଦନା (ଗଣସମ୍ପାଦନା ଅବଧି ଶେଷ ପର୍ଯ୍ୟନ୍ତ) କରିଥିବା ବ୍ୟକ୍ତି ନିଶ୍ଚିତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ । @ଶୈଳେଶ ଭାଇଙ୍କ ପ୍ରସ୍ତାବ ମତେ ପଏଣ୍ଟ ହିସାବ:

ପଏଣ୍ଟ ତାଲିକା
ପ୍ରତି ବୈଧ ୧୦୦୦ kb ଲେଖା
(ପରିଚାଳକ ଜଣେ ଲେଖାର ମାନ ଦେଖି ଏହା ଦେବେ)
୧ ପଏଣ୍ଟ
ସୂଚୀରେ ଥିବା ପ୍ରସଙ୍ଗ ସମ୍ପର୍କିତ ପ୍ରତି ବୈଧ ଫଟୋ ଅପଲୋଡ଼ ୫ ପଏଣ୍ଟ
ପ୍ରତି ବୈଧ ଆଧାର ଯୋଡ଼ା ୩ ପଏଣ୍ଟ
ପ୍ରଚାରରେ ଅଂଶଗ୍ରହଣ (କେବଳ ନୂଆ ଉଇକିଆଳିଙ୍କ ପାଇଁ) ହ୍ୟାସଟାଗ ସହ Share, Retweet ୨ ପଏଣ୍ଟ
ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) ୧୦ ପଏଣ୍ଟ
  • ଅବଦାନକାରୀ ଏହାକୁ ସ୍ବତନ୍ତ୍ର ପୃଷ୍ଠାରେ ଦାବୀ କରିବେ
  • ପଏଣ୍ଟ ହିସାବରେ ବ୍ୟବସ୍ଥାପକଙ୍କ ନିଷ୍ପତି ଚୂଡ଼ାନ୍ତ ନିଷ୍ପତି ହେବ
  • ସର୍ତ୍ତାବଳୀ ଲାଗୁ (ବିସ୍ତୃତ ଲେଖା ହେବାକୁ ଅଛି)

ସମର୍ଥନ[ସମ୍ପାଦନା]

ସମର୍ଥନ ସମର୍ଥନ
  1. Symbol support vote.svg ସମର୍ଥନ --Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୮:୧୭, ୨୭ ଜୁଲାଇ ୨୦୧୫ (UTC)
  2. Symbol support vote.svg ସମର୍ଥନ ପୂର୍ଣ ପ୍ରାଣରେ, ଆଉ ନିଷ୍ଠା ଏ କାମର ଭାର ନିଜ ହାତରେ ନେଇଥିବାରୁ ଦିଗୁଣା ସମର୍ଥନ । --ସୁଭାସିସ ପାଣିଗାହି (ଆଳାପ) ୦୬:୦୧, ୨୯ ଜୁଲାଇ ୨୦୧୫ (UTC)
  3. Symbol support vote.svg ସମର୍ଥନ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୩୪, ୩ ଅଗଷ୍ଟ ୨୦୧୫ (UTC)

ବିରୋଧ (Oppose)[ସମ୍ପାଦନା]

ବିରୋଧ ବିରୋଧ

ଭିନ୍ନ ମତ (Other comments)[ସମ୍ପାଦନା]

ଭିନ୍ନ ମତ ଭିନ୍ନ ମତ
ନୂଆ ଉଇକିଆଳିଙ୍କୁ ପ୍ରୋତ୍ସାହନ ଓ ପୁରୁଣା ମାନଙ୍କର ଉନ୍ନତ ଅବଦାନ ପାଇଁ ପୁରସ୍କାର ଦିଆଯିବା ଏକ ସ୍ଵାଗତଯୋଗ୍ୟ ପ୍ରସ୍ତାବ । ଯେହେତୁ ନବକଳେବର ଗଣସମ୍ପାଦନା ଏକ ବଡ଼ ପ୍ରକଳ୍ପ ଭାବରେ ହାତକୁ ନିଆଯାଉଛି, କେତୋଟି କଥାକୁ ଆମେମାନେ ନଜର ରଖିବା ଆବଶ୍ୟକ । ଉଇକିପିଡ଼ିଆରେ ମୁଖ୍ୟ କାମ ପ୍ରସଙ୍ଗ ଲିଖନ । ପ୍ରଚାର ଆବଶ୍ୟକ କିନ୍ତୁ ପ୍ରସଙ୍ଗ ଲିଖନ ସବୁଠୁ ଗୁରୁତ୍ଵପୂର୍ଣ୍ଣ । ସେଥିରେ ସବୁଠୁ ଅଧିକ ଧ୍ୟାନ ଦେବା ଆବଶ୍ୟକ । କର୍ନଭଟର ବ୍ୟବହାର କରି ଲେଖାଯାଉଥିବା ପ୍ରସଙ୍ଗ ଉଇକିପିଡ଼ିଆ ଉପଯୁକ୍ତ ହେଉଛି କି ନାହିଁ, ଦୃଷ୍ଟିଦେବା ନିହାତି ଆବଶ୍ୟକ । ଏ କଥା ବି ନିର୍ଦ୍ଧିଷ୍ଟ ଭାବରେ କୁହାଯାଇ ପାରିବନି ଯେ, ଅଧିକ ସଂଖ୍ୟାରେ ଏଡିଟ କରୁଥିବା ଉଇକିଆଳିଙ୍କର ଅବଦାନ ଅଧିକ ହେଉଥିବ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୫୮, ୨୯ ଜୁଲାଇ ୨୦୧୫ (UTC)
ପ୍ରିତି ଭାଇଙ୍କ କଥାରେ ପୂରା ଏକ ମତ । ତେବେ ୧୦୦୦ kb ପାଇଁ ୧ ପଏଣ୍ଟ ଛାଏଁ ମିଳିବା ବଦଳରେ ଜଣେ ପରିଚାଳକ ଲେଖାର ମାନ ଦେଖି ଏ ପଏଣ୍ଟ ଦେବେ ବୋଲି ମୁଁ ବଦଳାଇ ଦେଇଛି । ଫଳରେ ସବୁ ୧୦୦୦ kb ଲେଖାକୁ ପଏଣ୍ଟ ନ ମିଳି ଭଲ ମାନର ଲେଖାକୁ ମିଳିବ । ଠିକ ଲାଗୁଛି? --ସୁଭାସିସ ପାଣିଗାହି (ଆଳାପ) ୦୬:୦୪, ୨୯ ଜୁଲାଇ ୨୦୧୫ (UTC)

@ପ୍ରୀତିଭାଇ, ମୁଁ ଚାହୁଁଛି ପ୍ରସଂଗ ଲିଖନ କେବଳ ପୁରୁଣାମାନଙ୍କ ମଧ୍ୟରେ ସୀମିତ ନରହୁ ତା ସହିତ ନୂଆ ମାନେ ଉତ୍ସାହିତ ହୋଇ କିଛି କିଛି ଲେଖନ୍ତୁ । ଏହାର ଫାଇଦା ଆମେ ପରେ ନେଇ ପାରିବା । ଯିଏ ୫୦ପଏଣ୍ଟ+୧୨୦ଟି ଏଡିଟ କରିପାରିବ ନିଶ୍ଚିତ ସେ କିଛି ଲେଖା ଯୋଡ଼ି ଅବଦାନ କରିବ । ଏ ସବୁ ପରିଚାଳକ ସନ୍ତୁଷ୍ଟ ହେଲେ ଯାଇ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ (*'ସର୍ତ୍ତାବଳୀ ଲାଗୁ'ରେ ଏସବୁ ଲେଖା ହେବାକୁ ଅଛି)। ସେମାନଙ୍କୁ ପ୍ରଥମେ ଏରୁଣ୍ଡି ବନ୍ଧ ଡିଆଁଇ ଦିଅ ଅନ୍ୟ ସବୁ ପରେ ଦେଖିବା । ଆଗ୍ରହରେ ସେମାନେ ଆକାଉଣ୍ଟ ଖୋଲନ୍ତି କିନ୍ତୁ ଲେଖିବାରେ ଅସମର୍ଥ ଥିବାରୁ ଏଥିରୁ ଦୂରେଇଯାନ୍ତି ଉଇକିପିଡିଆ ଏକ ବର୍ଡ ଫାଇଲ ନୁହେଁ ଅନ୍ୟ ଏକ ବୈଷୟିକ ସରଂଚନାରେ ନିର୍ମିତ । ଏଥିରେ ତିଷ୍ଠିରହିବା ପାଇଁ ଏହାକୁ ବୁଝିବା ଦରକାର । ମୁଁ ଚାହେଁ ଏହି ଯୋଜନାରେ ଉଇକିପିଡିଆ ସହ ଅନୁନ୍ୟ ମାସେ ଟଚରେ ରୁହନ୍ତୁ । ନୂଆମାନଙ୍କୁ ଆମ କାମ ହାଲକା କରିବାକୁ ଦିଅନ୍ତୁ ଯେକୌଣସି ପ୍ରସଂଗର ମାନ ଓ ସଜା ପୁରୁଣା ମାନେ ନିର୍ଦ୍ଧାରଣ କରିବେ । ଆମେ ପ୍ରତି ଥର ସେମାନଙ୍କ ସହାୟତା କରିବା । ପ୍ରଚାର ଅର୍ଥ ଯେ ଗଣସମ୍ପାଦନାରେ ସାମିଲ ହେବାକୁ ଅନ୍ୟକୁ ଆହ୍ବାନ କରିବା ଓ ଆମର ଅବଦାନକାରୀ ସଂଖ୍ୟା ବଢେଇବା । ରିଫର କରିଥିବା ସାଙ୍ଗ ଅନୁନ୍ୟ ୫୦ ପଏଣ୍ଟ+ ୧୨୦ ଏଡିଟ କରିଥିବା ଦରକାର ତେବେ ଯାଇ ୧୦ ପଏଣ୍ଟ ମିଳିବ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୧୬, ୨୯ ଜୁଲାଇ ୨୦୧୫ (UTC) @ଶୁଭଭାଇ, ପୁରୁଖାମାନଙ୍କ କାଣ୍ଟ ଛାଟ ପରେ ଯାହା ରହିଯିବ ସେଇ ୧୦୦୦ kb କୁ ହିସାବକୁ ନିଆଯିବ । ସମର୍ଥନ ପାଇଁ ଧନ୍ୟବାଦ । ଉନ୍ନତ ହେବାପାଇଁ କିଛି ଅଭିଜ୍ଞତା ବାଣ୍ଟନ୍ତୁ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୧୬, ୨୯ ଜୁଲାଇ ୨୦୧୫ (UTC)

ଉଇକିପିଡିଆ ଲାଇବ୍ରେରୀ[ସମ୍ପାଦନା]

ଉଇକିପିଡିଆ ପାଠାଗାର ଖୋଲିବାକୁ ଆହ୍ୱାନ କରାଯାଉଛି ଏହି ସାଇଟରେ । ଭୁବନେଶ୍ୱରରେ ବାସକରୁଥିବା ଉଇକିଆଳିମାନେ ଏହାକୁ ପଢ଼ନ୍ତୁ ଓ ଏଠାରେ ସେମାନଙ୍କର ଏହି ବିଷୟରେ ମତାମତ ଦେବାକୁ ଅନୁରୋଧ ।--Subas Chandra Rout (ମୋ ଆଲୋଚନା) ୧୧:୦୧, ୨୦ ଜୁନ ୨୦୧୫ (UTC)

ସମର୍ଥନ[ସମ୍ପାଦନା]

  1. ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୮:୩୫, ୨୬ ଜୁଲାଇ ୨୦୧୫ (UTC)
  2. Symbol support vote.svg ସମର୍ଥନ (ତେବେ କେମିତି କରିବା, କଣ କରିବା ଏ ବାବଦରେ ଅଧିକ ଆଲୋଚନା ବି କରିବା ତଳେ) --ସୁଭାସିସ ପାଣିଗାହି (ଆଳାପ) ୦୬:୦୭, ୨୯ ଜୁଲାଇ ୨୦୧୫ (UTC)

ଆଲୋଚନା ଓ ମତ[ସମ୍ପାଦନା]

ପ୍ରଥମ କଥା ଉଇକିପିଡ଼ିଆ ଲାଇବ୍ରେରୀ ସମ୍ପୂର୍ଣ୍ଣ ଭାବେ ଏକ ଅନଲାଇନ ଲାଇବ୍ରେରୀ । ତେଣୁ ଯେକୌଣସି ସ୍ଥାନରେ ବାସକରୁଥିବା ଉଇକିଆଳି ଏହାର ସୁବିଧା ନେଇପାରିବେ । ଓଡ଼ିଆରେ ଏହା ଆରମ୍ଭ କରିବା ଆଗରୁ ଏହା କିପରି କାମ କରେ ତା' ବାବଦରେ ସାମାନ୍ୟ ସୂଚନା ଦେବା ଆବଶ୍ୟକ । * ଉଇକିପିଡ଼ିଆ ଲାଇବ୍ରେରୀରେ ଉଇକିଆଳିମାନେ ଏକ ଉଇକିପିଡ଼ିଆ ପ୍ରସଙ୍ଗ ଲିଖନରେ ଆଧାର ଦେବାରେ ସାହାଯ୍ୟ ପାଇଁ ଅନୁରୋଧ କରନ୍ତି । --ସୁଭାସିସ ପାଣିଗାହି (ଆଳାପ) ୦୬:୧୬, ୨୯ ଜୁଲାଇ ୨୦୧୫ (UTC)

  • ଉଇକିପିଡ଼ିଆ ଲାଇବ୍ରେରୀର ପରିଚାଳକ ବିଭିନ୍ନ ଜର୍ଣ୍ଣାଲ ଓ ଉପାଦେୟ ପତ୍ରପତ୍ରିକାରେ ପ୍ରକାଶିତ ଲେଖା ଖୋଜି ମେଲ ଯୋଗେ ଉକ୍ତ ଉଇକିଆଳିଙ୍କୁ ପଠାନ୍ତି । ମେଲରେ ପଠାଇବାର କାରଣ ହେଉଛି କପିରାଇଟ । ଜର୍ଣ୍ଣାଲ/ପତ୍ରିକାରେ ପ୍ରକାଶିତ ଲେଖାରେ କପିରାଇଟ ଥିବାରୁ ତାହାକୁ ସାଧାରଣରେ ବିତରଣ କରାଯାଇପାରିବ ନାହିଁ କିନ୍ତୁ ପଠନ ଓ ଗବେଷଣା ନିମନ୍ତେ ଜଣଙ୍କ ସହିତ ସେଆର କରିହେବ ।
  • ଉଦାହରଣ ସ୍ୱରୂପ, ସୁବାସ ସାର ଏକ ମେଡିକାଲ ଜର୍ଣାଲରେ ପ୍ରକାଶିତ ଲେଖା ପାଇଁ ଉଇକିପିଡ଼ିଆ ଲାଇବ୍ରେରୀରେ ଅନୁରୋଧ କଲେ । ଉଇକିପିଡ଼ିଆ ଲାଇବ୍ରେରୀର ପରିଚାଳକ ତାଙ୍କ ପାଖେ ଥିବା ବିଭିନ୍ନ ଲେଖାରେ ସେ ଲେଖାଟିକୁ ଖୋଜି ସୁବାସ ସାରଙ୍କୁ ଇମେଲ ଯୋଗେ ପଠାଇବେ । ସେ ଲେଖାଟିରୁ ତଥ୍ୟ ନେଇ ସାର ଉଇକିପିଡ଼ିଆରେ ଲେଖିବେ ।
  • ଓଡ଼ିଆରେ ଉଇକିପିଡ଼ିଆ ଲାଇବ୍ରେରୀ ହେଲେ ସେମିତି ବିଶେଷ କିଛି ଜର୍ଣାଲ ନଥିବାରୁ ପ୍ରକାଶିତ ଖବରକାଗଜ, ବହି, ପତ୍ରିକା ଆଦିରୁ ତଥ୍ୟ ନେଇ ଉଇକିଆଳିଙ୍କୁ ପଠାଇବା ବ୍ୟବସ୍ଥା କରାଯିବ । ତେବେ ଅନେକ ସମୟରେ ଲେଖା ପାଇଁ ଆଧାର ମିଳୁନଥିବାରୁ ଉଇକିଆଳି କାହାକୁ ପଚାରିବେ ଜାଣିପାରନ୍ତି ନାହିଁ । ଉଇକିପିଡ଼ିଆ ଲାଇବ୍ରେରୀ ହେଲେ ସବୁଯାକ ଲେଖା ପାଇଁ ଆଧାର ନ ମିଳିଲେ ବି ଅନେକ ଉପାଦେୟ ଲେଖା ଲେଖିବା ପାଇଁ ତଥ୍ୟ ମିଳିବାରେ ସୁବିଧା ହେବ ।

୧୪ ତାରିଖ ରେ ହେବାକୁ ଥିବା ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ନବକଳେବର ଗଣସମ୍ପାଦନା[ସମ୍ପାଦନା]

୧୪ ତାରିଖ ରେ ହେବାକୁ ଥିବା ଓଡ଼ିଆ ଉଇକିପିଡ଼ିଆ କର୍ମଶାଳା ଓ ନବକଳେବର ଗଣସମ୍ପାଦନା ପାଇଁ ନିମ୍ନଲିଖିତ ଖର୍ଚ୍ଚ : ସେଥିପାଇଁ brochure, Wiki Markups ଓ ଷ୍ଟାଣ୍ଡି ପାଇଁ ଖର୍ଚ୍ଚର ହିସାବ:

  • Brochure : ଶୁଭ ଭାଇ କହିବା ଦ୍ୱାରା ୧,୦୦୦ଟା ଅଫସେଟ ପ୍ରିଣ୍ଟ କଲେ ଆମକୁ ଶସ୍ତା ପଡ଼ିବ - ଗୋଟେ କପି ପିଛା - ୬ ପେଜର ପ୍ରିଣ୍ଟ କଲେ - ପର୍ ପିସ ୩୦-୩୫ ଟଙ୍କା ପଡ଼ିବ - Indian Rupee ₹୩୫,୦୦୦
  • Wiki-Markups : ଗୋଟେ ପିସ Indian Rupee ₹୧୦ - ୪୦ * ୧୦ = Indian Rupee ₹୪୦୦
  • Standee : ଷ୍ଟାଣ୍ଡି ସେଟ ଅଛି ବ୍ୟାନର ପ୍ରିଣ୍ଟ ପାଇଁ : Indian Rupee ₹୫୦୦-୬୦୦
  • ଟୋଟାଲ :Indian Rupee ₹୩୬,୦୦୦ (ବଳକା ଟଙ୍କା CIS କୁ ଫେରସ୍ତ ହେବ) --Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୦:୫୫, ୧୦ ଜୁଲାଇ ୨୦୧୫ (UTC)

ମତ ଦିଅନ୍ତୁ

ସମର୍ଥନ (Support)[ସମ୍ପାଦନା]

ସମର୍ଥନ ସମର୍ଥନ
ମୋର ସମର୍ଥନ । ତେବେ, ୧୦୦୦ଟି କପି ଏକାଥରେ ଛପେଇ, ତାକୁ ସାଇତି ରଖିବା ଦୂରୁହ ବ୍ୟାପାର ହୋଇପାରେ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୪:୩୮, ୧୪ ଜୁଲାଇ ୨୦୧୫ (UTC)

ବିରୋଧ (Oppose)[ସମ୍ପାଦନା]

ବିରୋଧ ବିରୋଧ

ଭିନ୍ନ ମତ (Other comments)[ସମ୍ପାଦନା]

ଭିନ୍ନ ମତ ଭିନ୍ନ ମତ
  • ପ୍ରିତି ଭାଇ, ଏକ ମତ କିନ୍ତୁ ଆମକୁ ପ୍ରତି କପି ପାଇଁ ପାଖାପାଖି ୪୦-୫୦ ଟଙ୍କା ଏମିତିରେ ଖର୍ଚ୍ଚ ହେଉଥିବା ବେଳେ ତା'ର ଅଧା ଦାମରେ ଅଫସେଟ ପ୍ରିଣ୍ଟ ହୋଇପାରିବ । ସେଥିପାଇଁ ଅଧିକ କପି ଛପାଇବା ଯୋଜନା । ତେବେ ତାକୁ ସାଇତି ରଖିବା ପାଇଁ କିଏ ସହଯୋଗ କରିପାରିବେ ସେ ବାବଦରେ ଜଣାପାରିଲେ ଭଲ ହେବ । --ସୁଭାସିସ ପାଣିଗାହି (ଆଳାପ) ୧୧:୪୨, ୧୪ ଜୁଲାଇ ୨୦୧୫ (UTC)
  • ଏଇ ବ୍ରୋଚରଗୁଡ଼ିକୁ ଏତେ ଟଙ୍କାରେ ଛାପାଇବା କଣ ଆବଶ୍ୟକତା ଅଛି? ଆମ କାମ ତ ଇଣ୍ଟରନେଟରେ ତେଣୁ ଯେଉଁମାନେ ଏହାକୁ ଦରକାର କରିବେ ସେମାନେ ଇଣ୍ଟରନେଟରୁ କାଢ଼ି ପଢ଼ିପାରିବେ । ସେମାନଙ୍କୁ ଲିଂକ ଦେଇଦେଲେ ସେମାନେ ଦେଖିବେ । ଛପା ବ୍ରୋଚର ଆଜି ଦିନ ପରେ କାଲିକୁ ଆଳିଆଗଦାରେ ପଡ଼ିଥିବ । ଏଥିରୁ ଅନୁନ୍ୟ ସେତିକି ଟଙ୍କାର ଲାଭ ମିଳିବା ସମ୍ଭାବନା ଥିଲେ କରନ୍ତୁ ନହେଲେ କରନ୍ତୁ ନାହିଁ । ସେ ପଇସା ପ୍ରାଇଜରେ ରଖିଲେ ବରଂ ଅଧିକ ଲାଭ ମିଳିବ । ବ୍ରୋଚର ଟି କଣ ଏବଂ ଏହା କି ଉପକାରରେ ଆସିବ ଟିକେ ଜଣେଇପାରିବେ କି? । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୨:୪୭, ୧୪ ଜୁଲାଇ ୨୦୧୫ (UTC)
Nistha.aslp, ଶୈଳେଶ ଭୁବନେଶ୍ୱରରେ ଏସବୁ ରଖିବା ବ୍ୟବସ୍ଥା କରିବ ଆଉ କାହାର ଦରକାର ହେଲେ ସେଠୁ କୋରିଅରରେ ପଠାଇବ । ତେବେ ଆଜି ଯାଏ ଆମେ ସାଧାରଣ ଛପାରେ ପ୍ରତି ବ୍ରୋଚର ପିଛା ୪୦-୫୦ ଟଙ୍କା ଲେଖା ଖର୍ଚ୍ଚ କରୁଥିଲା ବେଳେ ଅଫସେଟରେ ଛପାଇଲେ ଗୋଟାକ ପିଛା ୧୦-୨୦ ଭିତରେ ଖର୍ଚ୍ଚ ହେବ । ଉଇକିମିଡ଼ିଆ ଫାଉଣ୍ଡେସନ ଏଭଳି ପୁସ୍ତିକା ମଗାଇଲେ ଛପା+କୋରିଅରରେ ଯେତେ ଖର୍ଚ୍ଚ ହେଉଥିବ ବୋଧେ ସେତିକି ପଇସାରେ ଆମେ ଏଠି ଭୁବନେଶ୍ୱରରରେ ତାଙ୍କଠୁ ଅଧିକ ଛପାଇପାରିବା । କିଛି ପୁସ୍ତିକା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଭେଟିବାକୁ ଗଲାବେଳେ ସେମାନଙ୍କୁ ଦେଲେ ସେମାନଙ୍କ ଉଇକିପିଡ଼ିଆ/ବାକି ଉଇକିମିଡ଼ିଆ ପ୍ରକଳ୍ପ ଅଧିକ ସମୃଦ୍ଧ ବୋଲି ହୃଦବୋଧ ହେବ । ପ୍ରତି କାର୍ଯ୍ୟକ୍ରମରେ ୪୦-୫୦ଟି ଲେଖା ଛପା ହୋଇ ଯେତେ ଖର୍ଚ୍ଚ ହେଲାଣି ସେସସବୁ ମିଶାଇଲେ ୧୦୦୦-୧୫୦୦ କପି ପାଇଁ ଅଫସେଟ ଖର୍ଚ୍ଚର ପାଖାପାଖି ହେବ । ତେବେ ସାଧାରଣ ଓ ନୂଆମାନେ ଇଣ୍ଟରନେଟ ଅପେକ୍ଷା ଛପା ପୁସ୍ତିକା ପଢ଼ି ଶିଖିବାରେ ଅଧିକ ଆଗ୍ରହ ଦେଖାଇଛନ୍ତି । ଆମେ ଅନେକ ସ୍ଥାନରେ ଅନଲାଇନ PDF ଡାଉନଲୋଡ଼ କରିବା ପାଇଁ ଲିଙ୍କ ଦେଇଥିଲେ ହେଁ ସେମାନେ ସେଥିରୁ ଶିଖି ସମ୍ପାଦନା କରିବାରେ ପ୍ରାୟ ବିଫଳ ହୋଇଛନ୍ତି । ଦ୍ୱିତୀୟ କଥା ହେଲା ପ୍ରତି କାର୍ଯ୍ୟକ୍ରମ ବେଳକୁ ଆମ ପାଖେ ଯଥେଷ୍ଟ ପୁସ୍ତିକା ଥିଲେ ଯେଉଁମାନେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସୁଛନ୍ତି ସେମାନେ ମାଗିଲେ ଆମେ ପୁସ୍ତିକା ଖଣ୍ଡେ ଖଣ୍ଡେ ଦେଇପାରିବା । ସମସ୍ତେ ଯେ ଲେଖିବେ ତା' ଗ୍ୟାରେଣ୍ଟି ଆମେ ତ କର୍ମଶାଳା କରି ବି ଦେଇପାରିବା ନାହିଁ । କିନ୍ତୁ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଛପା ବହି, ଖବରକାଗଜର ଭୂମିକା ଏବେ ବି ଅଧିକ ରହିଛି । ଛପା ହେବା ପାଇଁ ଥିବା ପୁସ୍ତିକା (ବ୍ରୋଚର), ୱେବରେ ପଢ଼ିବା ପାଇଁ ପୁସ୍ତିକା ଲିଙ୍କ ସହ ଦେଲି । --ସୁଭାସିସ ପାଣିଗାହି (ଆଳାପ) ୧୦:୪୬, ୨୬ ଜୁଲାଇ ୨୦୧୫ (UTC)

ମୋଡୁଲାର କି-ବୋର୍ଡ଼[ସମ୍ପାଦନା]

ମୋଡୁଲାର ଲେଆଉଟର କଳେବର ଉପରେ ତିଆରି ନୂଆ ଲେଆଉଟ

ଓଡ଼ିଶାରେ ଥିବା ଅନେକ ଲେଖକ, ସାମ୍ବାଦିକ, ସାଧାରଣ ବୟସ୍କ ଲୋକ ତଥା ପୁରୁଣା ଆକୃତି/ଶ୍ରୀଲିପି ଆଦିରେ ଅଭ୍ୟସ୍ତ ସମସ୍ତେ ପ୍ରାୟ ମୋଡୁଲାର କିମ୍ବା ଇନସ୍କ୍ରିପ୍ଟ ଲେଆଉଟ ବ୍ୟବହାର କରନ୍ତି । ଉଇକିପିଡ଼ିଆ/ଅନ୍ୟ ଉଇକିମିଡ଼ିଆ ପ୍ରକଳ୍ପରେ ମୋଡୁଲାର ଏଯାଏ ନାହିଁ । ଏଥିପାଇଁ ଓଡ଼ିଆରେ ଟାଇପ ଜାଣିଥିବା ଅନେକ ଲୋକ ନୂଆ ଲେଆଉଟଟିଏ ଶିଖିବା ଚେଷ୍ଟା ନ କରି ଉଇକିପିଡ଼ିଆଠାରୁ ଦୂରେଇ ରହିବା ଦେଖାଯାଉଛି । ନୂଆ ଉଇକିଆଳିଙ୍କୁ ଆମ ସଂଘ ଭିତରକୁ ଆଣିବା ପାଇଁ ଜଣାଶୁଣା ମୋଡୁଲାର ଲେଆଉଟ ଦରକାର ପଡ଼ିବା ଯୋଗୁ ଆମେ ଆଗରୁ ଏହାକୁ ମିଡ଼ିଆଉଇକିରେ ଯୋଡ଼ିବା କାମ ଆରମ୍ଭ କରିଥିଲୁ । ତେବେ ନିକଟରେ ଉଇକିମିଡ଼ିଆ ଫାଉଣ୍ଡେସନର ଲାଙ୍ଗୁଏଜ ଇଞ୍ଜିନିଅରିଂ ଦଳ ଏହି ଲେଆଉଟ ଓ ତାହାର ନାମ (Modular) କପିରାଇଟ-ଯୁକ୍ତ ହୋଇଥିବାରୁ ଏହାକୁ ଉଇକିରେ ଯୋଡ଼ାହୋଇପାରିବ ନାହିଁ ବୋଲି ଜଣାଇଛନ୍ତି । ତେବେ ବିକଳ୍ପ ବାଟ ହେଲା ନୂଆ ନାମରେ ନୂଆ ଲେଆଉଟଟିଏ ତିଆରି କରିବା ଆଉ ସେଥିରେ ପୁରୁଣା ମୋଡୁଲାର ଲେଆଉଟର ସବୁଯାକ ଇନପୁଟ ଖଞ୍ଜିବା । ଏ କାମ ମନୋଜ ସାହୁକାର ମୋଟାମୋଟି ସାରିଛନ୍ତି । ଉପର ଛବିରେ ନୂଆ ଲେଆଉଟଟି କିପରି ଦିଶିବ ତାହା ଦେଖିପାରିବେ । ଧ୍ୟାନ ଦେବେ ଯେ ଆମେ ଏଇଟି କେବଳ ମୋଡୁଲାର ଜାଣିଥିବା ଲୋକଙ୍କ ପାଇଁ କରୁଛୁ, ତେଣୁ ମୋଡୁଲାରରେ ଥିବା ସବୁଯାକ ଅକ୍ଷରସଜ୍ଜା ଏଥିରେ ରଖାଯାଇଛି । ତା ବାଦ "ରେଫ", "ଙ୍କ", "ଏବଂ", Zero width non-joiner ଭଳି କିଛି ଦରକାରୀ ଅକ୍ଷର/ଚିହ୍ନ ରଖାଯାଇଛି । ନୂଆ ଲେଆଉଟକୁ ନାଁ ଦେବା ପାଇଁ ତଳେ ମୁଁ ଆପଣମାନଙ୍କ ମତ ପାଇଁ ଅନୁରୋଧ କରୁଛି । --ସୁଭାସିସ ପାଣିଗାହି (ଆଳାପ) ୧୮:୦୬, ୨୬ ଜୁଲାଇ ୨୦୧୫ (UTC)

କରଣୀ[ସମ୍ପାଦନା]

କରଣୀ (ଲେଖନୀ) କେଇଶହ ବର୍ଷ ତଳେ କରଣମାନଙ୍କ ଦେଇ ନଥିକରଣ କାମରେ ଲାଗୁଥିଲା । ଆଧୁନିକ ଓଡ଼ିଆ ଲିପି ଏହି କରଣୀ ଯୋଗୁ ଆରମ୍ଭ ବୋଲି କହିପାରିବା । ଓଡ଼ିଆ ଭାଷାର ବିଶାଳତମ ପୋଥି ମାଦଳା ପାଞ୍ଜି ଓ ଅଗଣିତ ତାଳପତ୍ର ପୋଥି କରଣୀରେ ଲିଖିତ । ତେଣୁ ଐତିହାସିକ ସମ୍ବନ୍ଧ ସକାଶେ ଏହି ନାମ ଲାଗି ମୁଁ ପ୍ରସ୍ତାବ ଦେଉଛି ।

ସମର୍ଥନ
  1. Symbol support vote.svg ସମର୍ଥନ --Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୮:୧୨, ୨୬ ଜୁଲାଇ ୨୦୧୫ (UTC)
  2. Symbol support vote.svg ସମର୍ଥନ --ସୁଭାସିସ ପାଣିଗାହି (ଆଳାପ) ୧୮:୧୮, ୨୬ ଜୁଲାଇ ୨୦୧୫ (UTC)
  3. Symbol support vote.svg ସମର୍ଥନ --ଶ୍ରୀକାନ୍ତ କେଡିଆ (ମୋ ଆଲୋଚନା) ୧୮:୪୪, ୨୬ ଜୁଲାଇ ୨୦୧୫ (UTC)
  4. Symbol support vote.svg ସମର୍ଥନ ବହୁତ ଭଲ ନାମ । ଯୁକ୍ତିଯୁକ୍ତ ହେବ । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୮:୩୫, ୨୬ ଜୁଲାଇ ୨୦୧୫ (UTC)
ବିରୋଧ
  1. Symbol oppose vote.svg ବିରୋଧ - କରଣୀ ଏକ ଆଲଗା ପ୍ରକାରର ଲେଖା ଶୈଳୀ । ନୂଆ ଲିଖନ ଶୈଳୀର ନାମ ସେଭଳି ଦେବା ସପକ୍ଷରେ ମୁଁ ଆଦୌ ନୁହଁ । ସାଧାରଣ ବ୍ୟବହାରକାରୀ ଯିଏ କରଣୀ ବାବଦରେ ଜାଣିଛି ସେ ଆଲଗା କିଛି ଆଶା କରି ଏହାକୁ ଖୋଲିବ । ବରଂ ଲେଖା ଶୈଳୀକୁ ବୁଝାଉଥିବା କୌଣସି ନାମ ବ୍ୟବହାରପାଇଁ ମୁଁ ମତ ଦେଉଛି ।--ଶିତିକଣ୍ଠ (ଆଲୋଚନା) ୧୮:୪୮, ୨୬ ଜୁଲାଇ ୨୦୧୫ (UTC)

ଓଡ଼ିସ୍କ୍ରିପ୍ଟ[ସମ୍ପାଦନା]

ଇନଷ୍କ୍ରିପ୍ଟ ଭଳି ଓଡ଼ିଆ+ସ୍କ୍ରିପ୍ଟ = ଓଡ଼ିସ୍କ୍ରିପ୍ଟ । ମନୋଜ ସାହୁକାର ଏହି ନାମଟି ଲାଗି ପ୍ରସ୍ତାବ ଦେଇଛନ୍ତି ।

ସମର୍ଥନ
  1. ମୋର ସମର୍ଥନ ଏଇ ନାମକୁ Coldbreeze16 (ମୋ ଆଲୋଚନା) ୧୮:୧୨, ୨୬ ଜୁଲାଇ ୨୦୧୫ (UTC)
  2. Symbol support vote.svg ସମର୍ଥନ--Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୮:୧୪, ୨୬ ଜୁଲାଇ ୨୦୧୫ (UTC)
  3. Symbol support vote.svg ସମର୍ଥନ --ସୁଭାସିସ ପାଣିଗାହି (ଆଳାପ) ୧୮:୧୮, ୨୬ ଜୁଲାଇ ୨୦୧୫ (UTC)
  4. Symbol support vote.svg ସମର୍ଥନ ବହୁତ ଭଲ ନାମ । ଆଦୃତ ଶୀଘ୍ର ହୋଇପାରିବ ବୋଲି ଆଶା । ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୮:୩୫, ୨୬ ଜୁଲାଇ ୨୦୧୫ (UTC)
  5. Symbol support vote.svg ସମର୍ଥନ --ମନୋଜ ସାହୁକାର (ଆଳାପ) manoj.sahukar ୧୮:୪୫, ୨୬ ଜୁଲାଇ ୨୦୧୫ (UTC)
  6. Symbol support vote.svg ସମର୍ଥନ --ଶିତିକଣ୍ଠ (ଆଲୋଚନା) ୧୮:୪୯, ୨୬ ଜୁଲାଇ ୨୦୧୫ (UTC)
  7. Symbol support vote.svg ସମର୍ଥନ--ଆଦିତ୍ୟ ମହାର (ଆଲୋଚନା) ୦୫:୧୪, ୨୭ ଜୁଲାଇ ୨୦୧୫ (UTC)
  8. Symbol support vote.svg ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୧୪, ୨୭ ଜୁଲାଇ ୨୦୧୫ (UTC)
  9. Symbol support vote.svg ସମର୍ଥନ--ଏଇଟା ମଡର୍ଣ ଲାଗୁଛି । ନାମ ବଛା ହେଇ ସାରିଛି । ତାଥାପି ମତ ଦେଉଛି । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୪:୩୭, ୨୮ ଜୁଲାଇ ୨୦୧୫ (UTC)
ବିରୋଧ

ଭିନ୍ନ ନାମ ଓ ମତାମତ[ସମ୍ପାଦନା]

ଚୂଡ଼ାନ୍ତ ଫଳାଫଳ[ସମ୍ପାଦନା]

  • ଏଯାବତ ୮ ଜଣ ଉଇକିଆଳି "ଓଡ଼ିସ୍କ୍ରିପ୍ଟ (OdiScript)" ନାମକୁ ସମର୍ଥନ କରିଥିବା ବେଳେ "କରଣୀ" ନାମକୁ ୪ ଜଣ ସମର୍ଥନ ଓ ଜଣେ ବିରୋଧ କରିଛନ୍ତି । କୌଣସି ବିରୋଧ ନଥାଇ ସର୍ବାଧିକ ସମର୍ଥନ ମିଳିଥିବାରୁ "ଓଡ଼ିସ୍କ୍ରିପ୍ଟ (OdiScript)" ନାମଟି ଚୂଡ଼ାନ୍ତ ଭାବେ ଗ୍ରହଣ କରାଗଲା । ମନୋଜଙ୍କୁ ଅନୁରୋଧ, "ମୋଡୁଲାର"ରୁ "ଓଡ଼ିସ୍କ୍ରିପ୍ଟ"କୁ ବଦଳାଇ ମିଡ଼ିଆଉଇକିରେ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିବେ । ଖୁବ କମ ସମୟ ଭିତରେ ସଭିଏଁଁ ନିଜ ମତ ଦେଇଥିବାରୁ ଅଶେଷ ସାଧୁବାଦ । ଏ ଆଲୋଚନାଟିରେ ଆଉ ଦଶଦିନ ଭିତରେ କୌଣସି ମତାମତ ନ ଆସିଲେ ଏହାକୁ ଅଭିଲେଖକୁ ଘୁଞ୍ଚାଇଦିଆଯାଇପାରେ । --ସୁଭାସିସ ପାଣିଗାହି (ଆଳାପ) ୧୨:୦୨, ୨୮ ଜୁଲାଇ ୨୦୧୫ (UTC)

ଇଣ୍ଡିଭିଜୁଆଲ ଏଙ୍ଗେଜମେଣ୍ଟ ଗ୍ରାଣ୍ଟ (IEG)[ସମ୍ପାଦନା]

ଉଇକିମିଡ଼ିଆ ଇଣ୍ଡିଭିଜୁଆଲ ଏଙ୍ଗେଜମେଣ୍ଟ ଗ୍ରାଣ୍ଟର ୨ୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଆମେ ସଭିଏଁ ଆଗରୁ ଏ ବାବଦରେ ଅନଔପଚାରିକ ଭାବେ କଥା ହୋଇଥିଲେ ମଧ୍ୟ କେବେ କେବଳ ଗ୍ରାଣ୍ଟ ବାବଦରେ ଆଲୋଚନା କରିନାହୁଁ । ଓଡ଼ିଆ ଉଇକି-ସଂଘ ଏବେ ୪ବର୍ଷରୁ ଅଧିକ ବର୍ଷ ଧରି ସକ୍ରିୟ ଓ ଆମ ପାଇଁ କାମ ଏବେ ଆଗ ଅପେକ୍ଷା ବହୁ ବଢ଼ିଛି । ଇଣ୍ଡିଭିଜୁଆଲ ଏଙ୍ଗେଜମେଣ୍ଟ ଗ୍ରାଣ୍ଟ ଜରିଆରେ କିଛି ଆର୍ଥିକ ସହାୟତା ଆଣି ଆମେ ସଂଘର ଜଣେ/କିଛି ସଭ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ କାମ କରିପାରିବେ । ଏହି ପ୍ରକଳ୍ପ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଓଡ଼ିଆ ଉଇକିପିଡ଼ିଆ ଓ ଉଇକିମିଡ଼ିଆ ପ୍ରକଳ୍ପମାନଙ୍କୁ ସହଯୋଗ କରିବା ଲକ୍ଷ ରଖୁଥିବା ବିଧେୟ । ଗ୍ରାଣ୍ଟ ଆବେଦନ ପାଇଁ କି କି ଆବଶ୍ୟକତା ରହିଛି ତାହା ଏହି ଲିଙ୍କରେ ବର୍ଣ୍ଣିତ । ବ୍ଯକ୍ତିଗତ ଭାବେ ମୋର ମତ ଓଡ଼ିଆ ସଂଘ ରତରଫରୁ ଅତି କମରେ ୩-୪ ଟି ଆବେଦନ ହେବା ଉଚିତ ଯାହା ଫଳରେ ଆମକୁ ୨-୩ ଟି ଗ୍ରାଣ୍ଟ ମିଳିପାରିବ । ଜଣେ ଉଇକିଆଳି ଓ ପରିଚାଳକ ଭାବେ ମୁଁ ବାକି ଉଇକିଆଳିଙ୍କୁ ଏକ IRC ଆଲୋଚନା ପାଇଁ ଅନୁରୋଧ କରୁଛି । ଶନିବାର ସକାଳ କିମ୍ବା ସଞ୍ଜରେ ଆମେ ସମସ୍ତେ ଏକ ଆଲୋଚନା କରିପାରିବା କି? --ସୁଭାସିସ ପାଣିଗାହି (ଆଳାପ) ୦୪:୧୬, ୨୮ ଜୁଲାଇ ୨୦୧୫ (UTC)

ଆଲୋଚନା ବିଷୟ
  • ଓଡ଼ିଆ ଉଇକି-ସମୂହ ପାଇଁ ଆବଶ୍ୟକୀୟ ପ୍ରକଳ୍ପ ଓ IEG ପରିସରରେ ତାହା ହୋଇପାରିବ କି ନାହିଁ
  • ପ୍ରକଳ୍ପ ଓ ପ୍ରକଳ୍ପ ପରିଚାଳନା ପାଇଁ କର୍ମୀ ସିଦ୍ଧାନ୍ତ
  • Grant proposal ଲିଖନ ଓ ପରିଚାଳନା ପାଇଁ କିଏ କିଏ ସାହାଯ୍ୟ କରିବେ

୧ ଅଗଷ୍ଟ (ଶନିବାର) ସକାଳ ୮ଟା[ସମ୍ପାଦନା]

ଏହି ସମୟରେ ଆସିପାରିଲେ ତଳେ # ସହିତ ନିଜ ଦସ୍ତଖତ କରିବେ ।

  1. --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୪:୩୮, ୨୮ ଜୁଲାଇ ୨୦୧୫ (UTC)
  2. --ସୁଭାସିସ ପାଣିଗାହି (ଆଳାପ) ୦୬:୩୪, ୨୮ ଜୁଲାଇ ୨୦୧୫ (UTC)
  3. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୨:୦୪, ୨୮ ଜୁଲାଇ ୨୦୧୫ (UTC)

୧ ଅଗଷ୍ଟ (ଶନିବାର) ରାତି ୮:୩୦[ସମ୍ପାଦନା]

ଏହି ସମୟରେ ଆସିପାରିଲେ ତଳେ # ସହିତ ନିଜ ଦସ୍ତଖତ କରିବେ ।

  1. --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୪:୩୮, ୨୮ ଜୁଲାଇ ୨୦୧୫ (UTC)
  2. --ସୁଭାସିସ ପାଣିଗାହି (ଆଳାପ) ୦୬:୩୪, ୨୮ ଜୁଲାଇ ୨୦୧୫ (UTC)
  3. ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୫୪, ୨୮ ଜୁଲାଇ ୨୦୧୫ (UTC)
  4. --ଶିତିକଣ୍ଠ (ଆଲୋଚନା) ୦୯:୫୯, ୨୯ ଜୁଲାଇ ୨୦୧୫ (UTC)

୪ ଅଗଷ୍ଟ (ମଙ୍ଗଳବାର) ରାତି ୯[ସମ୍ପାଦନା]

  1. --ସୁଭାସିସ ପାଣିଗାହି (ଆଳାପ) ୧୬:୪୦, ୨୮ ଜୁଲାଇ ୨୦୧୫ (UTC)
  2. --Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୬:୪୫, ୨୮ ଜୁଲାଇ ୨୦୧୫ (UTC)
  3. -- Coldbreeze16 (ମୋ ଆଲୋଚନା) ୧୬:୫୨, ୨୮ ଜୁଲାଇ ୨୦୧୫ (UTC)
  4. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୨୦, ୨୮ ଜୁଲାଇ ୨୦୧୫ (UTC)
  5. ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୭:୨୯, ୨୮ ଜୁଲାଇ ୨୦୧୫ (UTC)
  6. --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୩୯, ୨୮ ଜୁଲାଇ ୨୦୧୫ (UTC)
  7. --ଶିତିକଣ୍ଠ (ଆଲୋଚନା) ୦୯:୫୯, ୨୯ ଜୁଲାଇ ୨୦୧୫ (UTC)

ଅନ୍ୟ ସମୟ[ସମ୍ପାଦନା]

ଯଦି ଉପରୋକ୍ତ ସମୟରେ ଆସିପାରିବେ ନାହିଁ ତାହେଲେ କେଉଁ ସମୟରେ ଆସିପାରିବେ ତାହା ତଳେ ଜଣାନ୍ତୁ ।

ଚୂଡ଼ାନ୍ତ ସିଦ୍ଧାନ୍ତ[ସମ୍ପାଦନା]

  • ଅଧିକାଂଶଙ୍କ ମତ ଅନୁସାରେ ଅଗଷ୍ଟ ୪ ତାରିଖ (ମଙ୍ଗଳବାର) ଦିନ IRC ରେ ଏହି ଆଲୋଚନା ହେବ । ଆଲୋଚନାର ଲଗ ଏଠାରେ ପଢ଼ିପାରିବେ । ଏଥିରେ ଭାଗନେବାକୁ ଆଉଥରେ ଅନୁରୋଧ ରହିଲା । --ସୁଭାସିସ ପାଣିଗାହି (ଆଳାପ) ୦୮:୧୨, ୩୦ ଜୁଲାଇ ୨୦୧୫ (UTC)

ଉଇକି-ସମ୍ମେଳନ୨୦୧୬[ସମ୍ପାଦନା]

ସମସ୍ତ ବନ୍ଧୁଗଣଙ୍କୁ ନମସ୍କାର,

ଭାରତରେ ପ୍ରଥମ ଉଇକି-ସମ୍ମେଳନ ୨୦୧୧ ମସିହାରେ ଅନୁଷ୍ଟିତ ହୋଇଥିଲା । ୨୦୦୧ ମସିହାରେ ଉଇକିପିଡିଆର ଶୁଭାରମ୍ଭର ୧୦ ବର୍ଷ ମଧ୍ୟରେ ଏହା ଥିଲା ପ୍ରଥମ ଅଖିଳ ଭାରତୀୟ ଉଇକି-ସମ୍ମେଳନ ।

ଉଇକିମାନିଆ ୨୦୧୫ର ପରିଯୋଜନା ସମୟରେ ହୋଇଥିବା ମେଳଣ ଏବଂ ଆଲୋଚନା ଅବସରରେ ଉଇକି ସମ୍ମେଳନ-୨୦୧୬ର ସ୍ଵରୂପ ଜନ୍ମ ନେଇଥିଲା । ସେତେବଳେ ଭାରତ ପକ୍ଷରୁ ଉଇକିମାନିଆ-୨୦୧୯ରେ ଆମ ଉପସ୍ଥିତି ଜାହିର କରିବା କରିବାପାଇଁ ଏକ ସମ୍ମିଳିତ ସ୍ଵପ୍ନ ଦେଖାଯାଇଥିଲା । ଆମେ ଯଦି ପ୍ରକୃତରେ ଉଇକିମାନିଆ ପରିଯୋଜନା ସଫଳତାରସହ ପରିଚାଳନା କରିବାକୁ ଚାହୁଁ, ତେବେ ଏଇ ଅବସରରେ ଭିନ୍ନ ଭିନ୍ନ ଭାରତୀୟ ଭାଷାର ଉଇକିମିଡିଆ ସମୁଦାୟ ନିଜକୁ ଆଉଥରେ ଉଜ୍ଜିବିତ କରିବା ସହିତ ଏହି ଦିଗରେ ଏକ ମିଳିତ ପ୍ରୟାସ ଜାରି ରଖିବା ଦରକାର । ଏହା ଆମକୁ ଆମର ଶକ୍ତି ସହିତ ଦୁର୍ବଳତାକୁ ମଧ୍ୟ ଆକଳନ କରିବାରେ ସହାୟତା କରିବ ଯାହାଦ୍ଵାରା କି ଆମେ ଉଇକିମାନିଆ-୨୦୧୯ ନିମନ୍ତେ ତଦନୁରୁପ ଯୋଜନା ରୁପାୟନ କରିପାରିବା । ବିବିଧତାର ଭଣ୍ଡାର ଏଇ ଭାରତରେ ଏକତାର ପୃଷ୍ଟି କରିବା ନିମନ୍ତେ ଏବଂ ଆମ ଆନ୍ତରିକ ଭାବନାର ସୁନ୍ଦର ପରିପ୍ରକାଶ ନିମନ୍ତେ ଏହା ହିଁ ଆମର ସର୍ତ୍ତ ହେବ । ଆମ ଆଶା, ଭିନ୍ନ ଭିନ୍ନ ଭାରତୀୟ ଭାଷା ସମୁଦାୟର ସ୍ଵେଚ୍ଛାସେବୀ ଏଇ ଅବସରରେ ଆମର ସମ୍ମିଳିତ ଶକ୍ତି, ଏକତା ତଥା ମାନବୀୟ ମୁଲ୍ୟବୋଧକୁ ପ୍ରମାଣିତ କରିବେ ।

ତଲେ ଥିବା ଲିଙ୍କରେ ନିଜକୁ ପଞ୍ଜିକୃତ କରନ୍ତୁ। ପଞ୍ଜିକରଣ ପାଇଁ

ଇତି, Sailesh Patnaik  ଶୈଳେଶ (ମୋ ଆଲୋଚନା)

ଉଇକି-ସମ୍ମେଲନ ୨୦୧୬ ଭଲ୍ୟୁଣ୍ଟର

ଦିଲ୍ଲୀରେ ଉଇକିପିଡ଼ିଆ କାର୍ଯ୍ୟ ନିମନ୍ତେ ଏକ ଲାପଟପ ଦେବା ପାଇଁ ସିଆଇଏସକୁ ଅନୁରୋଧ[ସମ୍ପାଦନା]

ମୁଁ ନିମ୍ନ ଲିଖିତ କାରଣ ପାଇଁ ଏକ ଲାପଟପ ଅନୁରୋଧ କରିବାକୁ ଚାହୁଁଛି :

  1. ଦିଲ୍ଲୀରେ ଉଇକିସମୂହ ତିଆରି କରିବା
  2. ଦିଲ୍ଲୀରେ ରହୁଥିବା ସ୍କୁଲ ଓ କଲେଜ ପଢ଼ିବା ପିଲାଙ୍କୁ ଉଇକିପିଡ଼ିଆ ବିଷୟରେ ଜଣାଇବା ଓ ସେମାନଙ୍କୁ ଉଇକି ସହ ଯୋଡ଼ିବାରେ ପ୍ରୋତ୍ସାହନ/ସାହାଯ୍ୟ କରିବା
  3. ଓଡ଼ିଆ ଶିଖିବା ଚାହୁଁଥିବା ଓଡ଼ିଆଙ୍କୁ ଓଡ଼ିଆରେ ଟାଇପ କରିବା ଶିଖାଇବା

ଏହା ନିମ୍ନ ଲିଖିତ ନାନାଦି କାମରେ ଲାଗିବ :

  1. ଉଇକିସମୂହଙ୍କ କାଯ୍ୟଶାଳାରେ କିମ୍ୱା ଅନ୍ୟ ଓଡ଼ିଆ ସଭାଗୁଡ଼ିକରେ
  2. ଛୁଟି ଦିନମାନଙ୍କରେ ଘରେ ଉଇକିପାଠାଗାରରେ କାମ କରିବା
  3. ଅନ୍ୟସ୍ଥାନରେ ରହୁଥିବା ଉଇକିଆଳିଙ୍କ ସଂପକରେ ରହିବା
  4. ଅନ୍ୟ ଉଇକି ସ୍ୱେଚ୍ଛାସେବିର ଉଇକିପିଡ଼ିଆ କାମ ନିମନ୍ତେ ଆବଶ୍ୟକ ପଡ଼ିଲେ

ଆମେ ଗତବର୍ଷ ଡ଼ିସେମ୍ବର ମାସ ୧୪ ତାରିଖରେ ସୁଭାସିସ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଟିଏ ଉଇକିପିଡ଼ିଆ କର୍ମଶାଳା ଦିଲ୍ଲୀର ତ୍ୟାଗରାଜ ନଗରରେ ଥିବା ଜଗନ୍ନାଥ ମନ୍ଦିରରେ କରିଥିଲୁ । କିନ୍ତୁ ତା ପରଠୁ ସମୟର ଅଭାବରୁ ଅନ୍ୟ କିଛି କାଯ୍ୟ ଆଗକୁ ବଢ଼ିନାହିଁ । ବର୍ତ୍ତମାନ ଆମେ ସ୍ଥିରକରିଛୁ ସବୁ ମାସରେ ୧ କିମ୍ବା ୨ଟି ଉଇକିସଭା ଦିଲ୍ଲୀର ତ୍ୟାଗରାଜ ନଗରରେ ଥିବା ଜଗନ୍ନାଥ ମନ୍ଦିର କିମ୍ୱା ହାଉଜ ଖାସରେ ଥିବା ସିଆଇଏସର ବ୍ରାଞ୍ଚ ଅଫିସରେ କରିବାକୁ ତଦ୍ୱାରା ଏଠାରେ ରହୁଥିବା ଓଡ଼ିଆ ବାସୀଙ୍କ ଉତ୍ସାହ ବଢ଼ିବ ଏବଂ ସବୁ ଏକାଠି ହେଲେ କାମ କରିବାକୁ ଇଚ୍ଛା ବି ହେବ । ଯେହେତୁ ସମସ୍ତେ ନିଜ ନିଜ କାର୍ଯ୍ୟରତ ଜୀବନ ଭିତରେ ରହି ଏସବୁ କାମ କରିବାକୁ ଇଚ୍ଛା ଥିଲେ ମଧ୍ୟ ସମୟ ଓ ମନୋବଳ ଅଭାବରୁ କରି ପାରୁନାହାନ୍ତି । ସେମାନଙ୍କ ନିମନ୍ତେ ଏହା ଗୋଟିଏ ସୁଯୋଗ ହେଇପାରିବ ଓ ଉଇକିପିଡ଼ିଆକୁ ନୂଆ ଉଇକିଆଳି ମଧ୍ୟ ମିଳିପାରିବ ।

ଏଠାରେ ଅନ୍ୟଗୋଟିଏ କାର୍ଯ୍ୟକ୍ରମ 'ଆସ ଶିଖିବା ଆମରି ଭାଷା' ଜରିଆରେ କିଛି ଓଡ଼ିଆ ସ୍ୱେଚ୍ଛାସେବୀ ଦିଲ୍ଲୀର ମେହେରୋଲି (୧ଟି), ଛତ୍ରପୁର (୨ଟି) ଏବଂ ତ୍ୟାଗରାଜ ନଗରରେ ଜଗନ୍ନାଥ ମନ୍ଦିର(୧ଟି)ସେଣ୍ଟରରେ ଓଡ଼ିଆ ପିଲାଙ୍କୁ ମାତୃଭାଷା ଓଡ଼ିଆ ଶିଖେଇବାରେ କାର୍ଯ୍ୟରତ ଅଛନ୍ତି । ଯାହା ପ୍ରତି ରବିବାରେ ୨ ଘଣ୍ଟା ମାଗଣାରେ ପିଲାଙ୍କୁ ପଢ଼ାଯାଏ । ଗତ ମାସ ୧୩ ଜୁଲାଇରେ ଆମେ ଏଥିରୁ ଗୋଟିଏ ସେଣ୍ଟରରେ କମ୍ପୁଟର ଜରିଆରେ ଓଡ଼ିଆ ଶିଖାଇବା ଆରମ୍ଭ କରିଛୁ । ଏହି ପିଲାମାନେ ମଧ୍ୟ ଉଇକିପିଡ଼ିଆ ବିଷୟରେ ଜାଣିବେ ଓ ଇଚ୍ଛୁକ ଥିବା ପିଲା ଉଇକିପାଠାଗାର ନିମନ୍ତେ କିଛି ଟାଇପ ମଧ୍ୟ କରିପାରିବେ । --Pmsarangi (ମୋ ଆଲୋଚନା) ୦୮:୩୮, ୧୩ ଅଗଷ୍ଟ ୨୦୧୫ (UTC)

ସମର୍ଥନ[ସମ୍ପାଦନା]

  1. ମୁଁ ଓ ମୋ ଭଳି ଅନେକ ବ୍ୟବ‌ହାରକାରୀ ଲାପଟପ ମାଗିଥିଲୁ ଓ ନାସ୍ତି ଶବ୍ଦ ଶୁଣିଛୁ । ଉଇକିମିଡିଆ ଫାଉଣ୍ଡେସନରୁ ଆସିଥିବା ଅନୁସୂୟା ମ୍ୟାଡାମଙ୍କୁ ମୁଁ ମାଗିଥିଲି । ସେ କ‌ହିଲେ, "ସେ ଭଳି ପ୍ରୋଭିଜନ ନାହିଁ" । କୌଣସି କମ୍ପିଟିସନ କରି ସେଥିରେ ପୁରଷ୍କାର ସ୍ୱରୁପ ଦେଇହେବ । ଉଇକିମିଡିଆ ଇଣ୍ଡିଆର ରବିଙ୍କୁ ମାଗିଥିଲି । ସେ କ‌ହିଲେ, "ଆପଣ ଯାହା ଲେଖୁଛନ୍ତି ତାଠାରୁ ଅଧିକ ଲେଖିବେ ଏହି ସର୍ତ୍ତରେ ଦେବୁ ।" ମୁଁ କ‌ହିଲି, "ମୁଁ ସବୁଠାରୁ ଅଧିକ ନିଜସ୍ୱ ସମୟ ଦେଉଛି । ଅଧିକ ଦେଇହେବ ନାହିଁ । ମୁଁ ମିଛ କ‌ହି ନେବାକୁ ଚାହିଁବିନି" । ତେବେ ଆପଣଙ୍କୁ ଦେଇପାରନ୍ତି । ଜଣକୁ ୧୫,୦୦୦ ଟଙ୍କିଆ ଲାପଟପ ଦିଆହୋଇଛି । ଭଲ ଲାପଟପ ୩୦,୦୦୦ ଉପରେ ପଡ଼ିବ । ଅଳ୍ପ ଦାମର କିଣିଲେ ବାରମ୍ବାର ଖରାପ ହେବାର ସମ୍ଭାବନା ରହିବ । ମୋର ସମର୍ଥନ ଅଛି, କିନ୍ତୁ ଦେବେ କି ନାହିଁ, କ‌ହି ହେବ ନାହିଁ । --Subas Chandra Rout (ମୋ ଆଲୋଚନା) ୧୨:୫୨, ୧୩ ଅଗଷ୍ଟ ୨୦୧୫ (UTC)
  2. -Symbol support vote.svg ସମର୍ଥନ ମୋର ସତ ପ୍ରତିଶତ ସମର୍ଥନ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୪:୫୬, ୧୩ ଅଗଷ୍ଟ ୨୦୧୫ (UTC)
  3. Symbol support vote.svg ସମର୍ଥନ ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୫:୦୫, ୧୩ ଅଗଷ୍ଟ ୨୦୧୫ (UTC)
  4. -Symbol support vote.svg ସମର୍ଥନ ଯଦି ବୃହତ୍ତର ଉଇକି ଗୋଷ୍ଠୀ କାମରେ ଲାଗିବ, ତେବେ IEG ପାଇଁ ଆବେଦନ କରାଯାଉ । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୫୭, ୧୭ ଅଗଷ୍ଟ ୨୦୧୫ (UTC)
  5. Symbol support vote.svg ସମର୍ଥନ --ଆଦିତ୍ୟ ମହାର (ଆଲୋଚନା) ୧୧:୧୪, ୧୭ ଅଗଷ୍ଟ ୨୦୧୫ (UTC)
  6. Symbol support vote.svg ସମର୍ଥନ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୨୬, ୧୯ ଅଗଷ୍ଟ ୨୦୧୫ (UTC)

ଭିନ୍ନ ମତ[ସମ୍ପାଦନା]

ପ୍ରୋଗ୍ରାମ ଆସୋସିଏଟ ପଦବୀ ପାଇଁ (କନସଲଟାଣ୍ଟ - ଆକସେସ ଟୁ ନଲେଜ - ଲାଙ୍ଗୁଏଜ ଆଙ୍କର) ଆବଶ୍ୟକତା[ସମ୍ପାଦନା]

ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି (CIS) ଜଣେ ପ୍ରୋଗ୍ରାମ ଆସୋସିଏଟ ପଦବୀ (କନସଲଟାନ୍ସି ଭାବରେ) ନିମନ୍ତେ ଆବେଦନ ପାଇଁ ଅନୁରୋଧ କରୁଛି । ଏହା ଓଡ଼ିଆ ସମେତ କନ୍ନଡ଼ ଓ ତେଲୁଗୁ ଭାଷା ନିମନ୍ତେ ୨୦୧୫ ସେପ୍ଟେମ୍ବର ୧ରୁ ୨୦୧୬ ଜୁନ ୩୦ ଯାଏ ।

ଆବେଦନ କରିବା ଆଗରୁ ଆପଣମାନଙ୍କୁ ଭଲ ଭାବେ CIS-A2K କାର୍ଯ୍ୟପନ୍ଥା ବାବଦରେ ଜାଣିବା ପାଇଁ ଅନୁରୋଧ । ଆପଣ ଉଇକିମିଡ଼ିଆ ସଂଘ, ଉଇକିମିଡ଼ିଆ ଇଣ୍ଡିଆ ଚାପ୍ଟର, ଉଇକିମିଡ଼ିଆ ଫାଉଣ୍ଡେସନ ତଥା ଆମ ସହଯୋଗୀ ଅନୁଷ୍ଠାନମାନଙ୍କ ସହ ମିଶି କାମ କରିବେ । ଆପଣ ଏକ ଚାରିରୁ ଆଠ ଜଣିଆ ଦଳର ଅଂଶ ହୋଇ ଅଧିକ ଜଣାଶୁଣା ଓ ଗୁରୁତ୍ତପୂର୍ଣ୍ଣ ପ୍ରଭାବ ଥିବା କାମର ଅଂଶ ହେବେ । ଆପଣ ଏକ ଅତି ସ୍ୱଚ୍ଛ ଓ ଦାୟିତ୍ୱସମ୍ପନ୍ନ ପରିବେଶରେ କାମ କରିବା ପାଇଁ ଇଚ୍ଛୁକ ଥିବା ବିଧେୟ । ଏହା ନ' ମାସ ପାଇଁ ଓ ସେପ୍ଟେମ୍ବର ୧ ରୁ ଆରମ୍ଭ ହୋଇ ଜୁନ ୩୦ରେ ସରିବ ।

ଦାୟିତ୍ୱ

ପ୍ରୋଗ୍ରାମ ଆସୋସିଏଟଙ୍କ ପ୍ରାଥମିକ ଦାୟିତ୍ୱ (ଓଡ଼ିଆ ଉଇକିମିଡ଼ିଆ) ସଂଘ ଦ୍ୱାରା ସ୍ଥିର ହେବ । ଏଠାରେ ଯାଇ ତାଙ୍କ ଦାୟିତ୍ୱ ବାବଦରେ ଅଧିକ ମତ ଦେବା ପାଇଁ ଅନୁରୋଧ ।

CIS-A2K ଠାରୁ
  • ସଂଘ (କମୁନିଟି) ଓ CIS-A2K ସହ ମିଶି କାମ କରିବା (ଗ୍ରାଣ୍ଟ ଅନୁରୋଧ ଗ୍ରହଣ, କାର୍ଯ୍ୟକ୍ରମ ପରିଚାଳନା ଓ ଅନ୍ୟାନ୍ୟ ସଂଘ ଦ୍ୱାରା ଆରମ୍ଭ ପ୍ରକଳ୍ପ)
  • ମାସିକ ପ୍ରକଳ୍ପ ବିବରଣୀ
  • ମାସିକ ସଂଘ IRC, ନିଉଜଲେଟର, ମୁହାଁମୁହିଁ ଭେଟ (ମେଳଣ) ଓ ନଥିକରଣ (documentation)
  • IEG ଆବେଦନକାରୀଙ୍କ ସହ ମିଶି କାମ କରିବା (ଯଦି ଥାନ୍ତି)/IEG ଗ୍ରାଣ୍ଟ ଲିଖନ/ଆବେଦନ (ପ୍ରପୋଜାଲ) ତିଆରି କରିବା
  • ଓଡ଼ିଆ ଉଇକିପ୍ରକଳ୍ପମାନଙ୍କୁ ଅଧିକ ଜଣାଶୁଣା କରିବା ନିମନ୍ତେ ସୋସିଆଲ ମିଡ଼ିଆ ପ୍ରଚାର-ପ୍ରସାରର ଦାୟିତ୍ୱ, ଉଇକିଆଳିଙ୍କ ଆବଶ୍ୟକ ମୁତାବକ ଟେକନିକାଲ ଓ ଅନଲାଇନ ସହଯୋଗ
  • ପ୍ରତି ତିନି ମାସରେ କାମର ଅନୁଶୀଳନ
  • ଏହା ବାଦ CIS-A2Kଙ୍କ ପ୍ରୋଗ୍ରାମ ଡାଇରେକ୍ଟରଙ୍କଠାରୁ ଅନ୍ୟାନ୍ୟ ଦାୟିତ୍ୱ

ଅବସ୍ଥାନ: ଏହା ଓଡ଼ିଆ ପାଇଁ ଭୁବନେଶ୍ୱର କିମ୍ବା ଓଡ଼ିଶାର ଆଉ ଏକ ସହର, ଏବଂ ତେଲୁଗୁ ପାଇଁ ହାଇଦ୍ରାବାଦ ଓ କନ୍ନଡ଼ ପାଇଁ ବେଙ୍ଗାଳୁରୁ

ବେତନ
ଯୋଗ୍ୟତା ଓ ଅଭିଜ୍ଞତା ଅନୁସାରେ ବେତନ । ଆବେଦନ କରିବା ପାଇଁ ଏହି ପଦବୀ ନିମନ୍ତେ ଦୟାକରି ନିଜର ଆଗ୍ରହ ଓ ପ୍ରେରଣା ଉଲ୍ଲେଖ କରି ଏକ କଭରିଙ୍ଗ ଲେଟର ସହିତ ଆପଣଙ୍କ ରେଜୁମେ (résumé) ପଠାଇବେ । ଆବେଦନମାନ ଡ. ପବନଜାଙ୍କୁ (pavanaja@cis-india.org) ପଠାଇବେ । ଆବେଦନ ପଠାଇବାର ଶେଷ ତାରିଖ ୨୦୧୫ ଅଗଷ୍ଟ ୨୩ ତାରିଖ । --ସୁଭାସିସ ପାଣିଗାହି (ଆଳାପ) ୦୩:୫୮, ୧୪ ଅଗଷ୍ଟ ୨୦୧୫ (UTC)

ପ୍ରୋଗ୍ରାମ ଆସୋସିଏଟଙ୍କ ପ୍ରାଥମିକ ଦାୟିତ୍ୱ[ସମ୍ପାଦନା]

ଏହି ବିଭାଗଟି ନିଯୁକ୍ତ ହେବାକୁ ଥିବା ପ୍ରୋଗ୍ରାମ ଆସୋସିଏଟଙ୍କ ପ୍ରାଥମିକ ଦାୟିତ୍ୱ । ଆପଣ ଜଣେ ଓଡ଼ିଆ ଉଇକିଆଳି ହୋଇଥିଲେ ଏହାକୁ ସମ୍ପାଦନା କରି ତଳେ * ଦେଇ ତଳକୁତଳ କରି ତାଙ୍କ ଦାୟିତ୍ୱ ବାବଦରେ ଲେଖିପାରିବେ । ଯଦି ଆଗରୁ ଆଉ ଜଣେ ଉଇକିଆଳି ଏକା ଦାୟିତ୍ୱ ବାବଦରେ ଲେଖିଥିବେ ତେବେ କେବଳ ସମର୍ଥନ ବୋଲି ଲେଖି ତା ପରେ --~~~~ ଦେଇପାରିବେ ।

ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟରେ ଉଇକିପିଡ଼ିଆ କର୍ମଶାଳା (workshop) ଓ ପ୍ରକଳ୍ପ (project)[ସମ୍ପାଦନା]

ଆଦରର ଉଇକିଆଳି (Wikipedian) ବନ୍ଧୁମାନେ, ବିଜୁ ପଟ୍ଟନାୟକ ବିଶ୍ଵବିଦ୍ୟାଳୟରେ ମୁଁ ଏବଂ ମୋର କିଛି ବନ୍ଧୁମାନେ ଗୋଟିଏ ଦିନିକିଆ କର୍ମଶାଳା ଓ ଗୋଟିଏ ପ୍ରକଳ୍ପ କରିବା ପାଇଁ ଯୋଜନା କରିଛୁ ।

କର୍ମଶାଳା ବିଷୟବସ୍ତୁ - ପ୍ରାରମ୍ଭିକ ଉଇକିପିଡ଼ିଆ ଇଣ୍ଟରଫେସ ଶିକ୍ଷା, ଓଡ଼ିଆ ଟାଇପିଙ୍ଗ ଓ ଓଡ଼ିଆ କମ୍ପ୍ୟୁଟିଙ୍ଗ ସମ୍ପର୍କିତ ଅନ୍ୟାନ୍ୟ ସଫ୍ଟୱେରର ବ୍ୟବହାର ।
ପ୍ରକଳ୍ପ ବିଷୟବସ୍ତୁ - ଟେକନିକାଲ ବିଷୟରେ ଲେଖା କିମ୍ବା ବୈଜ୍ଞାନିକ ଜୀବନୀ ଇତ୍ୟାଦି କିମ୍ବା କର୍ମଶାଳାରେ ଉପସ୍ଥିତ ବ୍ୟକ୍ତିଙ୍କ ମତାମତ ନିଆଯିବ ।

(ପ୍ରତି ପ୍ରତିଯୋଗୀ ଗୋଟିଏ ଜୀବନୀ ଓ ଦୁଇଟି ନିୟମ ଲେଖିବେ । approx.)

ସ୍ଥାନ ଓ ସମୟ[ସମ୍ପାଦନା]

  • ସେଣ୍ଟର ଫର୍ ଆଡ୍‌ଭାନ୍ସଡ୍ ପୋଷ୍ଟ ଗ୍ରାଜୁଏଟ୍ ଷ୍ଟଡିଜ୍, ବିପିୟୁଟି, ରାଉରକେଲା
  • ସମୟ - ସେପ୍ଟେମ୍ବର ପ୍ରଥମ ସପ୍ତାହ (approx.)

ଆବଶ୍ୟକୀୟ ସହାୟତା -[ସମ୍ପାଦନା]

କର୍ମଶାଳା ପାଇଁ :[ସମ୍ପାଦନା]

  • ୧୦୦ ଟି ଉଇକିପିଡ଼ିଆ ଲୋଗୋ ଥିବା ନୋଟପ୍ୟାଡ ।
  • ୧୦୦ ପ୍ରିଣ୍ଟେଡ଼ ଟ୍ୟୁଟୋରିଆଲ (basic) ।
  • ୧୦ ଟି ବ୍ୟାଡ୍‌ଜ୍ ।
  • ୧୦୦ କଲମ ।

ପ୍ରକଳ୍ପ ପାଇଁ :[ସମ୍ପାଦନା]

କିଛିବି ଲେଖିଥିବା ନୂଆ ଉଇକିଆଳିଙ୍କ ନିମନ୍ତେ :

  • ଉଇକିପିଡ଼ିଆ ତରଫରୁ ସାର୍ଟିଫିକେଟ

ଭଲ ଲେଖିଥିବା ଉଇକିଆଳିଙ୍କ ପାଇଁ :

  • ଟି-ସାର୍ଟ

ଅନ୍ୟାନ୍ୟ ସହାୟତା :[ସମ୍ପାଦନା]

  • ଜଣେ କି ଦୁଇଜଣ ଉଇକିଆଳି ଯେ କି ୱେବିନାର ଦେଇପାରିବେ ।

--ଶିତିକଣ୍ଠ (ଆଲୋଚନା) ୧୮:୪୫, ୨୩ ଅଗଷ୍ଟ ୨୦୧୫ (UTC)

ମୁଖ୍ୟ ଅତିଥି :[ସମ୍ପାଦନା]

  • ବିପିୟୁଟି କୁଳପତି (vice chancellor)
  • ବିପିୟୁଟି ଡାଇରେକ୍‌ଟର୍ (director)

ମତାମତ[ସମ୍ପାଦନା]

  1. Symbol support vote.svg ସମର୍ଥନ- ପ୍ରକଳ୍ପଟି ବହୁତ ବଢ଼ିଆ ଲାଗୁଛି‌।-Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୨:୧୭, ୨୪ ଅଗଷ୍ଟ ୨୦୧୫ (UTC)
  2. Symbol support vote.svg ସମର୍ଥନ- ବହୁତ ବଢ଼ିଆ ବିଚାର ।--Pmsarangi (ମୋ ଆଲୋଚନା) ୦୪:୫୦, ୨୪ ଅଗଷ୍ଟ ୨୦୧୫ (UTC)
  3. Symbol support vote.svg ସମର୍ଥନ ବହୁତ ଭଲ ପ୍ରସ୍ତାବ, ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଉଇକିର ପ୍ରଚାର ପ୍ରସାର ହେବା ସହିତ ନୂଆ ଉଇକିଆଳି ବାହାରିବେ ବୋଲି ଆଶା । ହେଲେ ଆମର ଇତିହାସ ଯାହା କହୁଛି ଗୋଟିଏ କର୍ମଶାଳାରେ (ବୁର୍ଲା କର୍ମଶାଳା) ସୁଫଳ ଆଶା କରିବା ଠିକ ହେବନି, ତେଣୁ ବାର୍ଷିକ ୨-୩ ଟି କର୍ମଶାଳା କରି ପାରିଲେ ଆହୁରି ଟିକେ ଭଲ ହେବ। --ଆଦିତ୍ୟ ମହାର (ଆଲୋଚନା) ୦୫:୨୬, ୨୪ ଅଗଷ୍ଟ ୨୦୧୫ (UTC)
  4. Symbol support vote.svg ସମର୍ଥନ ପୂର୍ଣ୍ଣ ସମର୍ଥନ । ନୋଟପ୍ୟାଡ, କଲମ ଭଳି ବ୍ୟାଡ୍‌ଜ୍ ଓ ଷ୍ଟିକର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଦିଆଯାଉ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୫୨, ୨୪ ଅଗଷ୍ଟ ୨୦୧୫ (UTC)
  5. Symbol support vote.svg ସମର୍ଥନ, ଯୋଜନାଟି ଭଲ ଲାଗୁଛି । ଦିନିକିଆ କର୍ମଶାଳାର ପରବର୍ତ୍ତୀ ପଦକ୍ଷେପ କଣ ଟିକେ ଲେଖିବ ଶିତି? କାରଣ, ଯଦି ସେଠାରେ ଏକାଧିକ କର୍ମଶାଳା ଏକ ସୀମିତ ସଂଖ୍ୟକ ଛାତ୍ରଦଳଙ୍କ ନିମନ୍ତେ ବାରମ୍ବାର କରାଯାଇପାରିଲା ତାହେଲେ ଯାଇ ଫଳପ୍ରଦ ହେବ । ଆମେ ଢେଙ୍କାନାଳରେ ମାସେ ବ୍ୟବଧାନରେ ଥରେ କର୍ମଶାଳା କରି ମଧ୍ୟ ବେଶି ଫଳ ପାଇଲୁ ନାହିଁ । ତେଣୁ ଏ ପ୍ରଥମ କର୍ମଶାଳାଟି ପରେ ଆଗ୍ରହୀ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ଛୋଟ ଦଳଟେ ଗଢ଼ ଓ ମାସରେ ଥରେ ଦୁଇଥର ତାଙ୍କ ସାଙ୍ଗେ ମିଶ, ଆଲୋଚନା କର । ଯଦି ସମ୍ଭବ ଉଇକିପିଡ଼ିଆର ନିୟମାବଳୀ ପୁଙ୍ଖାନୁପୁଙ୍ଖ ଜାଣିଥିବା ଆଉ ଜଣେ ପୁରୁଖା ଉଇକିଆଳି ତମ ସହ ସେଦିନ ଉପସ୍ଥିତ ରହିଲେ । ଆଉ ତାଙ୍କର ଗମନାଗମନ/ରହଣି ଖର୍ଚ୍ଚ ପାଇଁ ତମେ ଏଠାରେ କିଛି ସହଯୋଗ ମାଗିପାରିବ । କେତୋଟି କି କି ସାଇଜର ଟି-ସାର୍ଟ ଲୋଡ଼ା ମଧ୍ୟ ଲେଖିବ । ଆଉ ଶୈଳେଶ ଭୁବନେଶ୍ୱରରୁ ପୁସ୍ତିକାଯାକ ପଠାଇବା ବ୍ୟବସ୍ଥା କରିବ । ହେଲେ ତମେ ସେ ମେଟା ପୃଷ୍ଠାରେ ଏ ଆଲୋଚନାର ଲିଙ୍କ ସହ କଣ କଣ ଲୋଡ଼ା ବିଶଦ ଭାବେ ଲେଖିଜଣାଇବ । ଆଉ ତା' ପରେ ମୋତେ ମେଲରେ ଜଣାଇଦେଲେ ମୁଁ ସହଳ ପଠାଇବା ବ୍ୟବସ୍ଥା କରିବି । --ସୁଭାସିସ ପାଣିଗାହି (ଆଳାପ) ୦୬:୨୮, ୨୪ ଅଗଷ୍ଟ ୨୦୧୫ (UTC)
  6. Symbol support vote.svg ସମର୍ଥନ ଗୋଟିଏ ଦିନରେ ଶିଖି ୨/ ୩ ଟି ପ୍ରସଙ୍ଗ ଲେଖିବା ସମ୍ଭବ ! ତେବେ ଚମତ୍କାର ହୋଇଯିବ । ଯଦି ସେଇ ଦିନ ଲେଖିପାରିବେନି ! ମୋ ମତରେ ସେମାନଙ୍କୁ (କେଉଁ ପ୍ରସଙ୍ଗ ଲେଖିବେ / କିମ୍ବା ସେମାନଙ୍କ ରୁଚି ଅନୁଯାୟୀ) target ଦେବା ଠିକ ରହିବ । target ପୁରଣ କଲେ ପୁରସ୍କାର ପରେ ପଠେଇ ଦେବେ । --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୦୬:୩୮, ୨୪ ଅଗଷ୍ଟ ୨୦୧୫ (UTC)
  • ପ୍ରଥମ କର୍ମଶାଳାର ଫଳାଫଳ ଉପରେ ଆମର ଆଗାମୀ ଯୋଜନା ନିର୍ଭର କରିବ । ଯଦି କୁଳପତି ଅନୁମତି ଦିଅନ୍ତି ତା'ହେଲେ ଆଉ କିଛି ଅସୁବିଧା ରହିବ ନାହିଁ । ଆମେ ତାଙ୍କୁ ଆସିବା ପାଇଁ ଅନୁରୋଧ କରିଛୁ । ଆମେ ଗଲା ପରେ ବି ଆମ ଜୁନିଅରମାନେ ଏହାକୁ ଆଗକୁ ନେବେ । ମୋ ମତରେ ଆମେ (ମୁଁ ଆଉ ମୋ ସାଙ୍ଗମାନେ) କିଛି କହିବା ବଦଳରେ ଯଦି ଅନ୍ୟ ଉଇକିଆଳି କିଛି ଅନଲାଇନ ଯୋଗେ କିଛି କୁହନ୍ତି (motivational speech) ତା'ହେଲେ ଆହୁରି ବଢିଆ ହେବ; କାରଣ ସେଠାରେ ଆମ ସାର ଓ ମ୍ୟାଡମମାନେ ବି ଥିବେ । ଯଦି କେହି ଆସିବା ପାଇଁ ଚାହାନ୍ତି ତେବେ ଭଲ ହେବ । ଆଉ ବାରମ୍ବାର କରିବାପାଇଁ ହୁଏତ ଆମର ସମୟ ହେବନାହିଁ - କାରଣ ମୁଁ ଆଉ ମୋ ସାଙ୍ଗମାନେ ଅତିବେଶିରେ ଏଠାରେ ଆଉ ଦୁଇ କି ତିନି ମାସ ରହିବୁ । ତେବେ, ଯଦି ସବୁ କିଛି ଠିକ ଠାକ ରହେ, ଅତିକମରେ ୨୦୦ ରୁ ୩୦୦ ଲେଖା ତିଆରି ହେବ । ହୁଏତ କିଛି ନୂଆ ଉଇକିଆଳି ଆସିପାରନ୍ତି । ଆଉ ପ୍ରତିଯୋଗୀତା ପାଇଁ ଚାରିଦିନ ସମୟ ଅଛି । ପୁରସ୍କାର କଥା ଆପଣ ସମସ୍ତେ ଭଲ ଲେଖା ଦେଖି ବିଚାର କରିବେ । ଆଉ ବ୍ୟାଜ, ଟି-ସାର୍ଟ କଥା କାଲି ଜଣେଇଦେବି ।--ଶିତିକଣ୍ଠ (ଆଲୋଚନା) ୦୮:୨୭, ୨୪ ଅଗଷ୍ଟ ୨୦୧୫ (UTC)
  1. Symbol support vote.svg ସମର୍ଥନ । ପ୍ରସଙ୍ଗ ସଂଖ୍ୟା ଉପରେ ଗୁରୁତ୍ଵ ଦେବା ଠିକ ହେବନି, ସେମାନେ ମିଳିମିଶି ପ୍ରସଙ୍ଗ ଲେଖି ଶିଖିବା ଅଧିକ ଦରକାର । ୨୦୦ରୁ ୩୦୦ ପ୍ରସଙ୍ଗ ହେଉ ବା ନହେଉ ୨ ବା ୩ଜଣ ନିୟମିତ ଉଇକିଆଳି ସାମିଲ ହେଲେ ଭଳ ହେବ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୧୦, ୨୪ ଅଗଷ୍ଟ ୨୦୧୫ (UTC)
  2. Symbol support vote.svg ସମର୍ଥନ--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୫:୩୬, ୩୧ ଅଗଷ୍ଟ ୨୦୧୫ (UTC)
ମୋ ମତ ରେ ଆମେ ଯଦି ଭଲ ଲେଖୁଥିବା ପିଲା ମାନଙ୍କ ପାଇଁ କିଛି ପୁରସ୍କାର ରଖିବା ତାହାହେଲେ ମଧ୍ୟ ଭଲ । ସେଥିରେ ଖାତା ,କଲମ, ୱାଟାରବୋଟଲ , ୱିକିଟୋପି କିମ୍ବା ଟି-ସାର୍ଟ ଦେଲେ ଭଲ ହୁଆନ୍ତା। କର୍ମଶାଳାର ଦିନ ବଢାଇବା ପାଇଁ ମଧ୍ୟ ଆମେ ଚେଷ୍ଟା କରିବୁ । ଆଉ ମଧ୍ୟ ଯଦି କେହି ସିନିୟର ବ୍ୟକ୍ତି ଏଠାକୁ ଆଶନ୍ତି ତାହାହେଲେ ମଧ୍ୟ ଭଲ ହୁଆନ୍ତା। କର୍ମଶାଳା ର ସଫଳତା ପରେ ଆମେ ଗୋଟିଏ ପ୍ରୋଜେକ୍ଟ ମଧ୍ୟ କରିବା କୁ ଆଶା ରଖିଛୁ। --Buddhadeva sahoo (ମୋ ଆଲୋଚନା) ୦୯:୧୫, ୨୪ ଅଗଷ୍ଟ ୨୦୧୫ (UTC)

ନବକଳେବର ଗଣସମ୍ପାଦନା ୨୦୧୫ ପ୍ରକଳ୍ପ ପାଇଁ ପୁରସ୍କାର[ସମ୍ପାଦନା]

ପୁରସ୍କାର ସାରଣୀ
ସୋପାନ ଲକ୍ଷ୍ୟ ସ୍ଥାନ ପୁରସ୍କାର ଖର୍ଚ୍ଚ
ସାଧାରଣ ୫୦ପଏଣ୍ଟ + ୧୦୦ଟି ସମ୍ପାଦନାରୁ ଅଧିକ ସମ୍ପାଦନା କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଇଣ୍ଟରନେଟ ପ୍ୟାକ 100/- ରିଚାର୍ଜ 1 ମାସ ପାଇଁ ଆନୁମାନିକ ୧୦ଜଣରୁ କମ = 2,000/-
୧୦୦ kb+ ଲେଖା ଶଷ୍ଠ, ସପ୍ତମ, ଅଷ୍ଟମ, ନବମ ଏବଂ ଦଶମ ସ୍ଥାନ ପାଇଁ ଇଣ୍ଟରନେଟ ପ୍ୟାକ 200/- ରିଚାର୍ଜ 2 ମାସ ପାଇଁ 2,000/-
୩୦୦ kb+ ଲେଖା ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ପାଇଁ ଇଣ୍ଟରନେଟ ପ୍ୟାକ 200/- ରିଚାର୍ଜ 3 ମାସ ପାଇଁ 1,200/-
୫୦୦ kb+ ଲେଖା ଶ୍ରେଷ୍ଠ ୩ ସ୍ଥାନ ପାଇଁ ଇଣ୍ଟରନେଟ ପ୍ୟାକ 200/- ରିଚାର୍ଜ 6 ମାସ ପାଇଁ 3,600/-
  • ଟି-ଶାର୍ଟ, କଲମ, ଏବଂ ଅନ୍ୟାନ୍ୟ SWAG ସମସ୍ତଙ୍କ ପାଇଁ ।
  • ସୋପାନ ୩,୨,ଏବଂ ୧ ସ୍ଥାନରେ ଥିବା ଅଂଶ ଗ୍ରହଣକାରୀ ଯଥାକ୍ରମେ ୧୦୦KB+, ୩୦୦KB+,ଏବଂ ୫୦୦ KB+ ଲେଖି ଲକ୍ଷ୍ୟ ପୁରଣକଲେ ସ୍ବତନ୍ତ୍ର ଅଂଶଗ୍ରହଣ ପ୍ରମାଣପତ୍ର ଏବଂ ସଫ୍ଟବେର ସିଡି ମିଳିବ ।
  • ମଲ୍ଟିପର୍ପୋସ ଇଣ୍ଟରନେଟ ରିଚାର୍ଜ : ୧. ଆମ ଅଂଶଗ୍ରହଣକାରୀଙ୍କ ପାଇଁ ଏହି ପୁରସ୍କାର ବ୍ୟବସ୍ଥା କଲେ ସେମାନଙ୍କ ଖର୍ଚ୍ଚ ପ୍ରାୟ କମିଯିବ । ୨.ଏହା ସୁଯୋଗରେ ଭବିଷ୍ୟତରେ ଅଧିକ ପ୍ରସଂଗ ମଧ୍ୟ ଲେଖା ଯାଇପାରିବ ।
  • ୪୭୦+ ପ୍ରସଂଗ ଲେଖିବା ଏବଂ ଉନ୍ନତ କରିବା ପାଇଁ ସମୟ କମ ପଡିଯାଉଛି ତେଣୁ ସମୟକୁ ବଢାଇବା ପାଇଁ ପ୍ରସ୍ତାବ ଦେଉଛି ।
  • ପୁରସ୍କାର ଗ୍ରହଣ କରିବା ଇଛାଧିନ ଅଟେ । ପୂର୍ବରୁ ପାଇଥିଲେ କିମ୍ବା ଆବଶ୍ୟକ କରୁନଥିଲେ ମନା କିମ୍ବା ଫେରେଇଦେଇ ପାରିବେ ।
  • ପୁର୍ବରୁ ପୁରସ୍କାର ବାବଦରେ ନିଷ୍ପତି ହୋଇନାହିଁ । ଟିକେ ଶୀଘ୍ର ନିଷ୍ପତି ନେଲେ ୧୦,୦୦୦ ଟଙ୍କା ଗ୍ରାଣ୍ଟ ପାଇଁ ଆବେଦନ କରିବି ।--ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୨:୩୮, ୨୭ ଅଗଷ୍ଟ ୨୦୧୫ (UTC)

ମତାମତ[ସମ୍ପାଦନା]

  • Symbol support vote.svg ସମର୍ଥନ - ଇଣ୍ଟରନେଟ ପ୍ୟାକ୍ ସତରେ ଏକ ନୂଆ ଆଉ ଇଣ୍ଟେରେଷ୍ଟିଙ୍ଗ ଯୋଜନା ଲାଗୁଛି । ପ୍ରମାଣପତ୍ର ଆଉ ଟି-ସାର୍ଟ ପାଇଁ ବି ସମର୍ଥନ ।--ଶିତିକଣ୍ଠ (ଆଲୋଚନା) ୧୮:୩୦, ୨୭ ଅଗଷ୍ଟ ୨୦୧୫ (UTC)
  • Symbol support vote.svg ସମର୍ଥନ - ଇଣ୍ଟରନେଟ ପ୍ୟାକ୍ ପାଇଁ କଣ ପଇସା ଦିଆଯିବ ନା ଅଲଗା କିଛି ବ୍ୟବସ୍ଥା ଅଛି ! ପରିଚାଳକମାନଙ୍କୁ ପୁରସ୍କୃତ କରିବା ପାଇଁ କଣ ବ୍ୟବସ୍ଥା ଅଛି ? ଜଣେ, ପରିଚାଳକ ଯଦି ପ୍ରସଙ୍ଗ ଲେଖୁଛନ୍ତି ବା ସମ୍ପାଦନା କରୁଛନ୍ତି, ସେ ପୁରସ୍କାର ନିଶ୍ଚିତ ପାଇବା କଥା । ସମୟ ଗୋଟିଏ ମାସରୁ ଅଧିକ ବଢେଇବାର ଆବଶ୍ୟକତା ନାହିଁ । ଗୋଟିଏ ମାସ ଯଥେଷ୍ଟ । ବେଶି ସମୟ ଚାଲିଲେ ଉତ୍ସାହ ବଜାୟ ରଖିବା କଷ୍ଟ ହେବ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୦୩, ୨୮ ଅଗଷ୍ଟ ୨୦୧୫ (UTC)
    • @ପ୍ରିତିଭାଇ, ୧. ଅଂଶଗ୍ରହଣକାରୀ ସେମାନଙ୍କ ସିମ ନମ୍ବର ଦେବେ ସେଥିରେ ରିଚାର୍ଜ ହେବ । ରିଚାର୍ଜ କଣ ଏବଂ କେମିତି ହେବ ବ୍ୟକ୍ତିଗତ ମତ ନିଆଯିବ । ସିଧା ପଇସା ଦେବା ଠିକ ହେବନି । ଦେବାପାଇଁ ଯଦି ସମସ୍ତେ ସହମତି ପ୍ରକାଶ କରନ୍ତି ତେବେ ଚିନ୍ତା କରିବା । ୨. ପରିଚାଳକ ମାନେ ଏଥିରେ ବିଶେଷ ଅବଦାନ କରୁଥିଲେ ବି ପୁରସ୍କାର ନେବା ପାଇଁ ଇଛା କରନ୍ତି ନାହିଁ । ତଥାପି ସମସ୍ତ ପରିଚାଳକଙ୍କୁ ସମ୍ମାନିତ କରିବା । ସେମାନଙ୍କ ପାଇଁ ଇଣ୍ଟରନେଟ ରିଚାର୍ଜ (ଯଦି ଦରକାର କରୁଥାନ୍ତି) ଦେବାକୁ ପ୍ରସ୍ତାବ ଦେଉଛି । ୩.ସମୟ ବଢିଲେ ଆଗ୍ରହ କମିବା ଦେଖାଯାଏ ଠିକ କଥା କିନ୍ତୁ ଆମେ ପୁରସ୍କାର ଦେଉଛେ ଯେତେ ଲେଖିବେ ସେତେ ପାଇବେ ତେଣୁ କିଛି ପ୍ରଭାବ ପଡିବନାହିଁ ବରଂ ଅଧିକ ଲେଖା ମିଳିବ । ବ୍ୟକ୍ତିଗତ ଭାବେ କହିବାକୁ ଗଲେ ମୋ ପାଖରେ ବହୁତ ତଥ୍ୟ ପଡିରହିଛି ଏତେ ଗୁଡିଏ ପ୍ରସଂଗ ପାଇଁ ସମୟ ଲାଗିବ ତାଛଡା ମୋ ଭଳି ସମସ୍ତଙ୍କ ବୃତ୍ତିଗତ କାମ ବି ଅଛି । ଏମିତି ୧୫ ଦିନ ପଳେଇଲାଣି ପାଏ ବି ସରିନି । ଅବଧି ବଢେଇବା ପରିଚାଳକଙ୍କ ନିଷ୍ପତି ଉପରେ ଛାଡ଼ିଦେଉଛି ସମର୍ଥନ ପାଇଁ ଧନ୍ୟବାଦ --ନିଷ୍ଠା ରଞ୍ଜନ ଦାଶ (ମୋ ସହ ଆଲୋଚନା) ୧୦:୨୮, ୨୮ ଅଗଷ୍ଟ ୨୦୧୫ (UTC)
  • ଇଣ୍ଟରନେଟ ରିଚାର୍ଜ କଥା ଠିକ୍ ଲାଗୁଛି । ତେବେ ଆବଶ୍ୟକ ସ୍ଥଳେ ଏହାର ଏକ ବିକଳ୍ପ ଭାବେ ଟଂକା ଦେବାପାଇଁ ବ୍ୟବସ୍ଥା ରହିଲେ ଅଧିକ ଉପଯୋଗୀ ହୋଇପାରନ୍ତା ।

Hpsatapathy (ମୋ ଆଲୋଚନା) ୧୪:୧୭, ୨୮ ଅଗଷ୍ଟ ୨୦୧୫ (UTC)

ଓଡ଼ିଆ ଉଇକିପିଡ଼ିଆ ଇଣ୍ଟରଫେସରେ ବଦଳ ପାଇଁ ପ୍ରସ୍ତାବ[ସମ୍ପାଦନା]

କୌଣସି ନୂଆ ଉଇକିଆଳି ଲେଖିବା ସମୟରେ ବଦଳ କରିବା ଦ୍ଵାରା ସେମାନଙ୍କ ପରିଶ୍ରମ ନଷ୍ଟ ହେବାର ସମ୍ଭାବନା ରହିଛି । ଏଥିରୁ ବର୍ତ୍ତିବା ପାଇଁ ନିଜ ସ୍ୟାଣ୍ଡ-ବାକ୍ସ ରେ ଆଗ ଲେଖିସାରି ଅଣାଯାଇ ପାରିବ କିନ୍ତୁ ନୂଆ ଲୋକଟିଏ ପାଇଁ, କଣ କରାଯିବ ? ନିମ୍ନୋକ୍ତ ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ କେଉଁଟି ଉପଯୋଗୀ ମନେହେଉଛି ଜଣେଇବେ:

  • କୌଣସି ନାଲି ଲିଙ୍କ ଉପରେ କ୍ଲିକ କରି ନୂଆ ଲେଖାଟିଏ ଲେଖିବା ପାଇଁ ଖୋଲିଲେ ଆପେ ଆପେ ଆସିବ
{{ତିଆରି ଚାଲିଛି}}<!-- ଆପଣ ଲେଖା ସାରିବା ପର୍ଯ୍ୟନ୍ତ ଏହି ଛାଞ୍ଚଟିକୁ ହଟାନ୍ତୁ ନାହିଁ । ଏହି ଛାଞ୍ଚ ଥିବା ଯାଏଁ କେହି ଆପଣଙ୍କ ଲେଖା ବଦଳାଇବେ ନାହିଁ । -->
  • (କିମ୍ବା) ଆମେ ଇଂରାଜୀ ଉଇକି edit box ଉପରେ ଯେପରି କପିରାଇଟ କଥା ଲେଖାଯାଉଛି ସେହିପରି ଏହି ଛାଞ୍ଚଟିକୁ ପକେଇବା ପାଇଁ ଲେଖିବା । ଆଉ ସେଥିରେ help ଆଉ ଚାଟସଭାର ଲିଙ୍କବି ଦେଇପାରିବା ।
  • (କିମ୍ବା) ଉଭୟ ।

--ଶିତିକଣ୍ଠ (ଆଲୋଚନା) ୧୯:୩୫, ୨୯ ଅଗଷ୍ଟ ୨୦୧୫ (UTC)

ମତାମତ[ସମ୍ପାଦନା]

ଆଲୋଚନା ପାଇଁ Flow ବ୍ୟବହାର କରିବା[ସମ୍ପାଦନା]

ମତାମତ[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆରେ ଲୋକାଲ ଫାଇଲ ଅପଲୋଡ ବ୍ୟବସ୍ଥା ସଚଳ କରିବା ପାଇଁ ଆବେଦନ[ସମ୍ପାଦନା]

କିଛି ଦିନ ତଳେ ଏହି ବ୍ୟବସ୍ଥାକୁ ଅଚଳ କରିଦିଆଯାଇଥିଲା । ଓଡ଼ିଆ ଉଇକିରେ ବହୁତ କପରାଇଟ ଯୁକ୍ତ ଫୋଟ ଅପଲୋଡର ଆବଶ୍ୟକତା ଅନୁଭୂତ ହେଉଛି । ଯେପରିକି ଜୀବନୀ ସମ୍ପର୍କରେ ଲେଖିଲା ବେଳେ ଖବର କାଗଜରେ ଥିବା ଫୋଟୋ ଅପଲୋଡ କରିହେଉନି । ଏଣୁ ପୁନଃ ଏହି ସଚଳ କରିବା ପାଇଁ ପଡିବ ବୋଲି ମୁଁ ଭାବୁଛି । ଯଦି କିଛି ଭିନ୍ନ ମତ ଥାଏ ଜଣେଇବେ ।--ଶିତିକଣ୍ଠ (ଆଲୋଚନା) ୦୯:୪୮, ୩୦ ଅଗଷ୍ଟ ୨୦୧୫ (UTC)

ମତାମତ[ସମ୍ପାଦନା]