ଥୋମାସ ଆଲଭା ଏଡ଼ିସନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଥୋମାସ ଏଡ଼ିସନ
"Genius is one percent inspiration, ninety-nine percent perspiration."
– Thomas Alva Edison, (Harper's Magazine) (September 1932 edition)
ଜନ୍ମ ଓ ଜନ୍ମସ୍ଥାନ ଥୋମାସ ଅଲଭା ଏଡ଼ିସନ
ଫେବୃଆରୀ ୧୧, ୧୮୪୭(1847-02-11)
ମିଲନ , ଓହିଓ , ଯୁକ୍ତରାଷ୍ଟ୍ର ଆମେରିକା (Milan, Ohio, U.S.)
ତିରୋଧାନ ୧୮ ଅକ୍ଟୋବର, ୧୯୩୧ (୮୪ ବର୍ଷ)
ୱେଷ୍ଟ ଅରେଞ୍ଜ , ନିଉ ଜର୍ସି ,ଯୁକ୍ତରାଷ୍ଟ୍ର ଆମେରିକା (West Orange, New Jersey, U.S.)
ଜାତୀୟତା ଆମେରିକୀୟ
ଶିକ୍ଷା ସ୍କୁଲ ଅଧାରୁ ଛାଡି ଦେଇଥିଲେ (School dropout)
ଜୀବିକା ଉଦ୍ଭାବକ ଓ ବ୍ୟବସାୟୀ
ଧର୍ମ ଦେଇଷ୍ଟ (Deist)
ଜୀବନସାଥି ମ୍ୟାରୀ ଷ୍ଟିଲୱେଲ (Mary Stilwell) (ବିବାହ 1871–1884) «Did not recognize date. Try slightly modifying the date in the first parameter.–Did not recognize date. Try slightly modifying the date in the first parameter.»"Marriage: ମ୍ୟାରୀ ଷ୍ଟିଲୱେଲ (Mary Stilwell) to ଥୋମାସ ଆଲଭା ଏଡ଼ିସନ" Location: (linkback://or.wikipedia.org/wiki/%E0%AC%A5%E0%AD%8B%E0%AC%AE%E0%AC%BE%E0%AC%B8_%E0%AC%86%E0%AC%B2%E0%AC%AD%E0%AC%BE_%E0%AC%8F%E0%AC%A1%E0%AC%BC%E0%AC%BF%E0%AC%B8%E0%AC%A8)
ମିନା ମିଲର (Mina Miller) (ବିବାହ 1886–1931) «Did not recognize date. Try slightly modifying the date in the first parameter.–Did not recognize date. Try slightly modifying the date in the first parameter.»"Marriage: ମିନା ମିଲର (Mina Miller) to ଥୋମାସ ଆଲଭା ଏଡ଼ିସନ" Location: (linkback://or.wikipedia.org/wiki/%E0%AC%A5%E0%AD%8B%E0%AC%AE%E0%AC%BE%E0%AC%B8_%E0%AC%86%E0%AC%B2%E0%AC%AD%E0%AC%BE_%E0%AC%8F%E0%AC%A1%E0%AC%BC%E0%AC%BF%E0%AC%B8%E0%AC%A8)
ବନ୍ଧୁବାନ୍ଧବ ଲୁଇଷ୍ଟ ମିଲର(Lewis Miller) (ଶ୍ଵଶୁର)
ଦସ୍ତଖତ
A Day with Thomas Edison (1922)

ଥୋମାସ ଆଲଭା ଏଡ଼ିସନ(ଇଂରାଜୀ: Thomas Alva Edison) (ଫେବୃଆରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ ଆମେରିକୀୟ ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ଵଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ବ ଇତ୍ୟାଦି ତାଙ୍କରି ଅବଦାନ[୧] । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ଵ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ । [୨]


ଏଡ଼ିସନ ହେଉଛନ୍ତି ଇତିହାସର ୪ର୍ଥ ଶ୍ରେଷ୍ଠ ଉଦ୍ଭାବକ, ଯିଏ ତାଙ୍କ ନାମରେ ୧୦୯୩ ଟି ଯୁକ୍ତରାଷ୍ଟ୍ର ପେଟେଣ୍ଟ ସହିତ ଯୁକ୍ତରାଜ୍ୟ, ଫ୍ରାନ୍‌ସ ଓ ଜର୍ମାନୀରେ ମଧ୍ୟ ଅନେକ ପେଟେଣ୍ଟ କରିଥିଲେ । ସେ ଯୋଗାଯୋଗ କ୍ଷେତ୍ରରେ ଅନେକ ଉଦ୍ଭାବନ କରିଥିଲେ, ବିଶେଷ ଭାବରେ ଦୂରସଞ୍ଚାର । ଏହା ଭିତରେ ଥିଲା ଷ୍ଟକ ଟିକର, ଯାନ୍ତ୍ରିକ ଭୋଟ ଗଣାଳୀ, ବିଦ୍ୟୁତ କାର ପାଇଁ ବ୍ୟାଟେରୀ, ବିଦ୍ୟୁତ ଶକ୍ତି, ମ୍ୟୁଜିକ ରେକର୍ଡ଼ ଏବଂ ମୋସନ ପିକ୍ଚର । ଜଣେ ଟେଲିଗ୍ରାଫ ଅପରେଟର ଭାବରେ କାମ କରୁଥିବା ସମୟରେ ସେ ଏ ସବୁ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିଲେ । ଏଡିସନ ପ୍ରଥମେ ବିଦ୍ୟୁତ ଶକ୍ତି ସୃଷ୍ଟି ଓ ଗୃହ, ବ୍ୟବସାୟ ଓ କାରଖାନା ପାଇଁ ବିତରଣ ବିଷୟରେ ଚିନ୍ତା କରିଥିଲେ । ତାଙ୍କ ପ୍ରଥମ ଶକ୍ତି କେନ୍ଦ୍ର ମ୍ୟାନହାଟନ୍ ଦ୍ଵୀପ, ନିଉୟର୍କରେ ଥିଲା ।

ବାଲ୍ୟ ଜୀବନ[ସମ୍ପାଦନା]

ବାଳୁତ ଏଡିସନ୍

ଥୋମାସ ଏଡ଼ିସନ ମିଲନ୍, ଓହିଓରେ ଜନ୍ମଗ୍ରହଣ କରିଥିଲେ ଓ ପୋର୍ଟ ହ୍ୟୁରନ, ମିଚିଗାନ୍‌ରେ ଲାଳିତପାଳିତ ହୋଇଥିଲେ । ସେ ସାମୁଏଲ ଓଗଡେନ ଏଡ଼ିସନ, ଜୁନିୟର (୧୮୦୪-୯୬ ମାର୍ସାଲ ଟାଉନ, ନୋଭା ସ୍କଟିଆ, କାନାଡ଼ାରେ ଜନ୍ମିତ) ଏବଂ ନାନସି ମାଥିଉଜ ଇଲିଅଟଙ୍କର (୧୮୧୦-୧୮୭୧ ଚେନାଙ୍ଗୋ କାଉଣ୍ଟି, ନିଉୟର୍କରେ ଜନ୍ମିତ) ସପ୍ତମ ତଥା ଶେଷ ସନ୍ତାନ ଥିଲେ । ୧୮୩୭ର ଅସଫଳ ମାକେଞ୍ଜି ବିଦ୍ରୋହରେ ସାମିଲ ଥିବାରୁ ତାଙ୍କ ପିତାଙ୍କୁ କାନାଡ଼ାରୁ ପଳାଇ ଆସିବାକୁ ପଡ଼ିଲା । ଏଡ଼ିସନ ନିଜକୁ ଡଚ ବଂଶଧର ବୋଲି ଭାବୁଥିଲେ ।

ବିଦ୍ୟାଳୟରେ ଶିଶୁ ଏଡ଼ିସନଙ୍କର ମୁଣ୍ଡ ସ୍ଥିର ରହୁନଥିଲା, ସେଥିପାଇଁ ତାଙ୍କ ଶିକ୍ଷକ, ରେଭେରେଣ୍ଡ ଏଙ୍ଗ୍ଲେ ତାଙ୍କୁ ପାଗେଳା ବୋଲି ଡାକୁଥିଲେ । ଏତିକିରେ ଏଡ଼ିସନଙ୍କର ତିନିମାସର ବିଦ୍ୟାଳୟ ପାଠ ଶେଷ ହେଲା । ଏଡ଼ିସନପରେ କହୁଥିଲେ, "ମୋ ମାଆ ମୋତେ ତିଆରି କରିଥିଲେ । ସେ ମୋ ଉପରେ ଏତେ ନିଶ୍ଚିତ ଥିଲେ, ଏତେ ଭରସା କରୁଥିଲେ ଯେ, ମୋତେ ଲାଗିଲା ମୋର ବଞ୍ଚିବାର କାରଣ ଅଛି, କେହି ଜଣକୁ ମୁଁ ଦୁଃଖୀ କରି ପାରିବିନି । ତାଙ୍କ ମାଆ ତାଙ୍କୁ ଘରେ ପଢ଼ାଉଥିଲେ । ତାଙ୍କର ଅଧିକାଂଶ ଶିକ୍ଷା ଆର.ଜି. ପାର୍କରଙ୍କର ସ୍କୁଲ ଅଫ ନାଚୁରାଲ ଫିଲୋସୋଫି ଓ ଦି କୁପର ୟୁନିଅନରୁ ଆସିଥିଲା ।

କର୍ମମୟ ଜୀବନର ପ୍ରାରମ୍ଭ[ସମ୍ପାଦନା]

୧୮୭୮ ରେ ଏଡିସନ୍

ଉଦ୍ଭାବନ ସମୂହ[ସମ୍ପାଦନା]

ରାଜନୀତି ଓ ଧର୍ମ ସମ୍ପର୍କରେ ମତ[ସମ୍ପାଦନା]

ଶେଷ ଜୀବନ[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

Information and media