ଦଶହରା

ଉଇକିପିଡ଼ିଆ ରୁ
Jump to navigation Jump to search
ଦଶହରା
Ayudha Pooja.jpg
ଅସ୍ତ୍ର ପୂଜା ବା ଆୟୁଧ ପୂଜାରେ ଗାଡ଼ି ପୂଜା
ଅନ୍ୟ ନାମ ଦକ୍ଷିଣ ଭାରତରେ ଆୟୁଧ ପୂଜା/ଅସ୍ତ୍ର ପୂଜା ସରସ୍ୱତୀ ପୂଜା ଭାବରେ ମଧ୍ୟ ଜଣା
ପାଳନକାରୀ ହିନ୍ଦୁ
ପର୍ବ ପାଳନ ହଳଲଙ୍ଗଳ ଲୁହା, କରଣୀ, ଖଣ୍ଡା
ଆରମ୍ଭ ଦୁର୍ଗା ପୂଜାର ଦଶମ ଦିନ
୨୦୧୭ ତାରିଖ ୩୦ ସେପ୍ଟେମ୍ବର(ଶନିବାର)
୨୦୧୮ ତାରିଖ ୧୯ ଅକ୍ଟୋବର(ଶୁକ୍ରବାର)
ପୌନଃପୁନିକତା ବାର୍ଷିକ
ସମ୍ପର୍କିତ ଦୁର୍ଗା ପୂଜା କିମ୍ବା ନବରାତ୍ରି

ଦଶହରା ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଓଡ଼ିଶା ଭଳି ବିଭିନ୍ନ ଭାରତୀୟ ରାଜ୍ୟରେ ଏହା ଦଶେରା, ନବରାତ୍ରି, ଦୁର୍ଗା ପୂଜା ନାମରେ ସମାନ ସମୟରେ ପାଳିତ । ଏହା ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ଓଡ଼ିଶାରେ ଆଗରୁ ପାଳିତ ହେଉଥିଲା ଯାହା ପରେ ବଙ୍ଗରୁ ଆରମ୍ଭ ମାଟି ମୂର୍ତ୍ତି ନିର୍ମାଣ କରି ଦୁର୍ଗା ପୂଜା ଅଥବା ଉତ୍ତର ଭାରତରେ ପାଳିତ "ନବରାତ୍ରି" ସହିତ ପାଳିତ ହୋଇଆସୁଛି । ଦଶହରା ଅବସରରେ ଖଣ୍ଡା, ଢାଲ, ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପକରଣ ଆଦି ଏହି ଦିନ ପୂଜା କରାଯାଇଥାଏ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିଭିତ୍ତିକ ଉପକରଣ ହଳ-ଲଙ୍ଗଳ, ଐତିହାସିକ ଯୁଦ୍ଧରେ ଅରି ପରାହତ ନିମନ୍ତେ ବ୍ୟବହାର ହୋଇଥିବାରୁ ଖଣ୍ଡା, ଢାଲ ଆଦି ଉପକରଣ ତଥା ନଥିକରଣରେ ମୁଖ୍ୟ ଭୂମିକା ନିଭାଇଥିବାରୁ କରଣୀ ଆଦି ଉପକରଣକୁ ଏହି ଦିନ ପୂଜା କରାଯାଇଥାଏ । ଏହା ଓଡ଼ିଶାର ବିଭିନ୍ନ ଜାତିର ଲୋକଙ୍କ କୌଳିକ ପେଷାର ଉପକରଣମାନଙ୍କ ପ୍ରତି ଅଙ୍ଗୀକାରବଦ୍ଧତାକୁ ଦର୍ଶାଇବା ନିମନ୍ତେ ପାଳିତ ହୋଇଥାଏ ।[୧]

ଆଧାର[ସମ୍ପାଦନା]

  1. କାନୁନ୍‌ଗୋ, ପଞ୍ଚାନନ (୨୦୧୪). ସଂସ୍କୃତି ବୈଭବ.  Check date values in: &#୧୨୪;date= (help)