ମନୋରଞ୍ଜନ |

ପ୍ୟାର ଅଲଗା ପ୍ରକାର

ପ୍ୟାର ଅଲଗା ପ୍ରକାର
ନିଶା ସୁନ୍ଦରୀ ହେଲେ ଭାରି ଜିଦଖୋର। ଅଜା ରାଜେଶ୍ୱର ରାୟ ତା’ ପାଇଁ ବରପାତ୍ରଟିଏ ଖୋଜୁଥାଆନ୍ତି କିନ୍ତୁ ବାହା ହେବାକୁ ନିଶା ରାଜି ହୁଏନା। ହଠାତ ଜିତ୍‌ଙ୍କ ସହ ଭେଟ ହୁଏ ନିଶାର। କିନ୍ତୁ ପ୍ରେମର ନାଟକ ଭିତରେ ତାକୁ ଧୋକା ଦିଏ ଜିତ୍‌। ଆଉ ତା’ପରେ କ’ଣ ହୁଏ ? ପ୍ରେମିକର ଭୁଲକୁ ସେ ମାଫ କରେ କି ? ନିଶାକୁ ଧୋକା ଦେବା ପରେ ନିଜର ଭୁଲ ଜିତ ବୁଝିପାରି ପୁଣି ତାକୁ ପ୍ରେମିକା ଭାବରେ ଗ୍ରହଣ କରେ କି ? ନିଶା ଜିତ୍‌କୁ ବାହା ହୁଏ ନା ଆଉ କାହାକୁ ? ଏସବୁ ପ୍ରଶ୍ନର  ଉତ୍ତର ରହିଛି ଚଳିତ ମାସରେ ରିଲିଜ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ୟାର ଅଲଗା ପ୍ରକାର’। ଏଥିରେ ଜିତ ଭୂମିକାରେ ଜ୍ୟୋତି ଏବଂ ନିଶା ରୋଲ୍‌ରେ ଅଭିନୟ କରିଛନ୍ତି ଝିଲିକ୍‌। ବିନାୟକ ଫିଲ୍ମସ ବ୍ୟାନରରେ ଅକ୍ଷୟ ପ୍ରଧାନଙ୍କ ସହ ପ୍ରଯୋଜନାରେ ଏହି ଚିତ୍ରଟିର ପ୍ରଯୋଜନା କରିଛନ୍ତି ବିବେସିତା ଘଡାଇ। କାହାଣୀ, ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ହୀରା ଚୌଧୁରୀ। ବିଜୟ ମଲ୍ଲ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ଦାୟିିିତ୍ୱରେ ଅଛନ୍ତି ଅମରେନ୍ଦ୍ର ମହନ୍ତି। ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଛନ୍ତି ବିଜୟ ମହାନ୍ତି, ମିହିର ଦାସ, ଜୟୀରାମ ସାମଲ, ପ୍ରଜ୍ଞା ପ୍ରମୁଖ କଳାକାର। ଏହି ଫିଲ୍ମ ପୂର୍ବରୁ ଜ୍ୟୋତି-ଝିଲିକ ଯୋଡି ‘ତୁ ମୋ ହିରୋ’ ଏବଂ ‘ଓଲେ ଓଲେ ଦିଲ୍‌ ବୋଲେ’ରେ ଅଭିନୟ କରିସାରିଛନ୍ତି।
All Right Reserved By

ମନୋରଞ୍ଜନ |

୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ହାତ ଧରି ଚାଲିଲେ ସୁସ୍ମିତା

୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ହାତ ଧରି ଚାଲିଲେ ସୁସ୍ମିତା

ମୁମ୍ବାଇ: ବଲିଉଡର ସବୁଠାରୁ ଫିଟ୍‌ ନାୟିକା ଭାବେ ପରିଚିତ ସୁସ୍ମିତା ସେନ୍‌ ଏବେ ତାଙ୍କ ବୟଫ୍ରେଣ୍ଡକୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହି ସିଙ୍ଗଲ ମଦର ଏବେ ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନଙ୍କ ସହ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛନ୍ତି।

କ୍ୟାଟ୍ରିନାଙ୍କୁ ଉପହାସ କଲେ ସୋସିଆଲ ମିଡିଆ ୟୁଜର

କ୍ୟାଟ୍ରିନାଙ୍କୁ ଉପହାସ କଲେ ସୋସିଆଲ ମିଡିଆ ୟୁଜର

ମୁମ୍ବାଇ: ଭାରତୀୟ କ୍ରିକେଟର କ୍ୟାପଟେନ୍‌ ବିରାଟ କୋହଲିଙ୍କର ବଲିଉଡ୍‌ ସହ ରହିଛି ଏକ ଭିନ୍ନ ସମ୍ପର୍କ। ସୋମବାର ବିରାଟ ୩୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।

ବହୁବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏ.ଆର. ରହମନ୍‌

ବହୁବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏ.ଆର. ରହମନ୍‌

ଚେନ୍ନାଇ: ବିଶିଷ୍ଟ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରହମନ୍‌ ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ଆତ୍ମଜୀବନୀମୂଳକ ପୁସ୍ତକରେ ବର୍ଣ୍ଣନା କରିଛନ୍ତି।

ଭାଇରାଲ ହେଉଛି ଦେଶୀଗର୍ଲଙ୍କ ସ୍କଟ ପିନ୍ଧା ଫଟୋ

ଭାଇରାଲ ହେଉଛି ଦେଶୀଗର୍ଲଙ୍କ ସ୍କଟ ପିନ୍ଧା ଫଟୋ

ମୁମ୍ବାଇ: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ବିବାହକୁ ନେଇ ଅଛନ୍ତି ଚର୍ଚ୍ଚାରେ। ହେଲେ ଏହି ବିବାହ ପାଇଁ ସେ ଏବେଠାରୁ ନିଜକୁ ସଜେଇବାରେ ଲାଗିପଡିଛନ୍ତି।

ବାହା ହେବେ ପ୍ରଭାସ

ବାହା ହେବେ ପ୍ରଭାସ

ଯାହା ହେଉ ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ପ୍ରଭାସ। କେବେ ସେ ଘର ସଂସାର କରିବେ ସେଥିନେଇ ଅନେକ କଥା ଶୁଣିବାକୁ ମିଳୁଥିଲା। ହେଲେ ପରିଶେଷରେ ହାତକୁ ଦି’ ହାତ ହେବାକୁ ମାଇଣ୍ଡ ମେକ୍‌ଅପ କରିଛନ୍ତି ଏହି ଅଭିନେତା।

ମା-ବାପା ହେବେ ଆଦର୍ଶ

ମା-ବାପା ହେବେ ଆଦର୍ଶ

ବର୍ତ୍ତମାନ ବଲିଉଡ୍‌ର ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍‌। କାରଣ ଏଇ ମାସ ୧୪-୧୫ରେ ଦୁହିଁଙ୍କର ବିବାହ ସମ୍ପନ୍ନ ହେବ। ହେଲେ ମ୍ୟାରେଜ ପରେ ଦୀପିକାଙ୍କର ପ୍ଲାନିଂ କ’ଣ ରହିଛି ତାହା ଜାଣିବାକୁ ଅନେକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ବୁଝି ପାରୁନାହାନ୍ତି ସ୍ବରା

ବୁଝି ପାରୁନାହାନ୍ତି ସ୍ବରା

ସ୍ବରା ଭାସ୍କର ଘଟଣାଟିକୁ ଯେତେ ଭୁଲିବାକୁ ଚାହୁଁଛନ୍ତି ତାହା ସେତେ ଥର ଆଖି ସାମ୍‌ନାକୁ ଚାଲି ଆସୁଛି। କଥା କ’ଣ କି ନିକଟରେ ସେ ଏକ ଫିଲ୍ମ ସାଇନ୍‌ କରିବାକୁ ଯାଇଥିଲେ। ହେଲେ ହଠାତ ଚକ ଏମିତି ଓଲଟି ଗଲା ଯେ ସାଇନ କରିବେ କ’ଣ ଭାରାକ୍ରାନ୍ତ ମନ ନେଇ ଘରକୁ ଫେରିଲେ।

ଝୁରି ହେଉଛନ୍ତି ପ୍ରିୟଙ୍କା

ଝୁରି ହେଉଛନ୍ତି ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରାଙ୍କର ମନ ତ ଏବେ ଗୋଟିଏ କଥାରେ ଲାଖି ରହିଛି। କେମିତି ପ୍ରେମିକ ନିକ୍‌ ଜୋନାସଙ୍କ ସହ ବିବାହ ସମ୍ପନ୍ନ ହେବ। ହେଲେ ତା’ ଭିତରେ ତାଙ୍କ ମନକୁ ଆଉ ଏକ କଥା ଆନ୍ଦୋଳିତ କରୁଛି।

ଟ୍ରାଜେଡ଼ି ପ୍ରିୟ ଅଭିନେତା

ଟ୍ରାଜେଡ଼ି ପ୍ରିୟ ଅଭିନେତା

ଟ୍ରାଜେଡ଼ି ବା ଦୁଃଖ କ’ଣ କେବେ କାହାର ପ୍ରିୟ ହୋଇପାରେ? ହେଲେ ଅଭିନେତା କିଶୋର ସାହୁଙ୍କ ପାଇଁ ଟ୍ରାଜେଡ଼ି ଅତି ପ୍ରିୟ। ମଞ୍ଚ ଉପରେ ଟ୍ରାଜେଡ଼ି ରୋଲ୍‌ କରିବାକୁ ସେ ଖୁବ୍‌ ଭଲପାଆନ୍ତି।

ଆକ୍ସନ ଷ୍ଟାର ବାପିଙ୍କ ସହ କେମିଷ୍ଟ୍ରି ଭଲ ଜମେ

ଆକ୍ସନ ଷ୍ଟାର ବାପିଙ୍କ ସହ କେମିଷ୍ଟ୍ରି ଭଲ ଜମେ

ଏମିତି ଜଣେ ଜଣେ ଅଛନ୍ତି ଯେଉଁମାନଙ୍କ ରକ୍ତରେ ଥାଏ ଅଭିନୟ। ସେମାନେ କେବଳ ଜନ୍ମ ହେଇଥାନ୍ତି ଅଭିନୟ କରିବା ପାଇଁ। ସେମିତି ଜଣେ ବିଚକ୍ଷଣା ଅଭିନେତ୍ରୀ ହେଉଛନ୍ତି ମନ୍ଦାକିନୀ।

ଟେନସନ୍‌ରେ ଶାହରୁଖ

ଟେନସନ୍‌ରେ ଶାହରୁଖ

ଦିନ ଯେତିକି ପାଖେଇ ଆସୁଛି ବଲିଉଡ୍‌ର କିଙ୍ଗ ଖାନ୍‌ ଶାହରୁଖଙ୍କ ଟେନସନ୍‌ ସେତିକି ବଢ଼ି ବଢ଼ି ଯାଉଛି। କାରଣ ‘ଜିରୋ’ ଫିଲ୍ମକୁ ସେ ଏକ ଚ୍ୟାଲେଞ୍ଜ ଭାବରେ ନେଇଛନ୍ତି।

ଡନ୍‌ ଅନ୍ତରାଳେ

ଡନ୍‌ ଅନ୍ତରାଳେ

ଅଭିନେତା ଜ୍ୟୋତି ଡନ୍‌ ସାଜିଛନ୍ତି। ହେଲେ କ’ଣ ପାଇଁ ? ହୃଦୟ ତାଙ୍କର ଖୋଲା, ହେଲେ ବେଳେବେଳେ ନଖରାମି କରିବାକୁ ପଛାଇ ନ ଥାନ୍ତି। ସେପଟେ ମା’ର ଅନାବିଳ ସ୍ନେହ।