ପୁଣି ଓଲିଉଡରେ ଏକ ନୂଆ ଏବଂ ଫ୍ରେସ୍‌ ଯୋଡ଼ି

0 1,406

ଭୁବନେଶ୍ୱର: ଓଲିଉଡକୁ ଆସୁଛନ୍ତି ଆଉ ଏକ ନୂଆଏବଂ ଫ୍ରେସ୍‌ ଯୋଡ଼ି। ହଁ , ଜ୍ୟୋତି ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ଫିଲ୍ମ ‘ତୁ ମୋର ନିହାତି ଦରକାର’ରେଏହି ଯୋଡ଼ିର ନାୟକ ଜଣକ ହେଲେ ସନ୍ତୋଷ ଓ ନାୟିିକା ହେଲେ ଶ୍ରୀଦେବୀ। ସନ୍ତୋଷ-ଶ୍ରୀଦେବୀଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ଶୀଘ୍ର ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ।
ଏହି ଫିଲ୍ମର କାହାଣୀ ପ୍ରେମ ତ୍ରିକୋଣଧର୍ମୀ। ଏଥିରେ ସନ୍ତୋଷ-ଶ୍ରୀଦେବୀଙ୍କ ବ୍ୟତୀତ ମୁମ୍ବାଇର ନାୟିକା ପ୍ରୀତିଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ଏହି ତିନିଜଣ ନାୟକ,ନାୟିକାଙ୍କ ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଅଜିତ ଦାସ, ମିହିର ଦାସ,ପୁଷ୍ପା ପଣ୍ଡା, ସ୍ନିଗ୍ଧା ମହାନ୍ତି, ମୁନ୍ନା ଖାନ୍‌, ପିଣ୍ଟୁ ନନ୍ଦ, ବିଜୁ ବଡ଼ଜେନା, ସୁଧାକାର ବସନ୍ତ, ଭଗବାନ ବେହେରା, ଜୟ,ରାନୁ ପାଢୀ,ନରି ସ୍ୱାଇଁ,ବିକାଶ, ବିଶ୍ୱଜିତ୍‌, ମାଷ୍ଟର ଅସ୍ମିତ୍‌, ସଙ୍ଗୀତା ଓ ଦୋଳ ସାହୁ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି।
‘ତୁ ମୋର ନିହାତି ଦରକାର’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜୀବ ମହାନ୍ତି। ରାଜୀବ ଆଗରୁ ଚୋରି ଚୋରି, ଏମିତି ବି ହୋଇପାରେ, ତୁ ମୋ ସୁନା, ତୁ ମୋ ହୀରା ଭଳି କେତୋଟି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।


‘ତୁ ମୋର ନିହାତି ଦରକାର’ର ସଂଳାପ ଲେଖିଛନ୍ତି ଡ଼ ରଜନୀ ରଂଜନ। ଶ୍ରୀ ରାହୁଲ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଏହି ନୂଆ ସିନେମାରେ ନୂଆ ଯୋଡ଼ି କି କମାଲ୍‌ କରୁଛନ୍ତି ତାହା ଦେଖିବା କଥା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.